ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣୌତ ଏବଂ ଯୋଗ ଗୁରୁ ବାବା ରାମଦେବଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ରାକ୍ଷୀ ପୂର୍ଣ୍ଣିମା ଭଳି ଏକ ପବିତ୍ର ଅବସରରେ ନୂତନ ସମ୍ପର୍କ ଯୋଡ଼ି ହୋଇଯାଇଛି । ଯୋଗ ଗୁରୁ ବାବା ରାମ ଦେବ କଙ୍ଗନାଙ୍କୁ ମିଠା ଏବଂ ଉପହାର ପଠାଇଥିବାବେଳେ ତାହାକୁ ସେ ସାଦରରେ ସ୍ୱୀକାର କରିଛନ୍ତି ।
ଯୋଗ ଗୁରୁ ବାବା ରାମଦେବ ନିଜେ ଗଣମାଧ୍ୟମ ସମ୍ମୁଖରେ କଙ୍ଗନାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରି କହିଛନ୍ତି ଯେ ସେ ଡାକ ମାଧ୍ୟମରେ ତାଙ୍କ ନିକଟକୁ ମିଠା ଏବଂ ଉପହାର ପଠାଇଛନ୍ତି । କୌଣସି ବି ପରିସ୍ଥିତିରେ ଦେଶରେ ଘୃଣା କିମ୍ବା ପରସ୍ପର ପ୍ରତି ଶତ୍ରୁତା ଭାବନା ରହିବା ଉଚିତ ନୁହେଁ । ସେଥିପାଇଁ ମନରେ ଥିବା ରାଗକୁ ପରିତ୍ୟାଗ କରିଦେଇଥିବ କହିଛନ୍ତି ବାବ ରାମଦେବ । ଖାଲି ସେତିକି ନୁହେଁ ସେ କଙ୍ଗନାଙ୍କୁ ଫୋନ୍ କରି ରାକ୍ଷୀ ପୂର୍ଣ୍ଣିମାର ଶୁଭକାମନା ଜଣାଇବା ସହିତ ବିବାଦକୁ ସମ୍ବାଦ ମାଧ୍ୟମରେ ଅନ୍ତ ଘଟାଇବାକୁ କହିବେ ।
ସେପଟେ ବାବା ରାମଦେବଙ୍କ ଏହି ବାର୍ତ୍ତାରେ ମଧ୍ୟ ଖୁସି ପ୍ରକଟ କରି କଙ୍ଗନା ତାଙ୍କର ସମସ୍ତ ଶ୍ରଦ୍ଧା ଏବଂ ଭଲ ପାଇବାକୁ ସ୍ୱୀକାର କରିଛନ୍ତି । ଏହା ସହିତ ରାମଦେବଙ୍କୁ ନିଜର ବଡ଼ ଭାଇ ବୋଲି ମାନିଛନ୍ତି । ଉତ୍ସବର ଦିନ ହୋଇଥିବାରୁ ସବୁ ଭୁଲକୁ କ୍ଷମା କରିବା ଉଚିତ । ତାଙ୍କ ଦ୍ୱାରା ପଠାଯାଇଥିବା ମିଠା ଏବଂ ଉପହାରକୁ ସ୍ୱୀକାର କରିବା ସହିତ ବାବା ରାମଦେବଙ୍କ ଦୀର୍ଘାୟୁ କାମନା କରିଛନ୍ତି କଙ୍ଗନା ।
ଉଲ୍ଲେଖ ଯୋଗ୍ୟ, ଏକ ଗଣମାଧ୍ୟମରେ ବାବା ରାମଦେବ କଙ୍ଗନାଙ୍କ ‘ନର୍ଦ୍ଦମା’ ଶବ୍ଦକୁ ପ୍ରତିବାଦ କରି ତାଙ୍କ ବିରୁଦ୍ଧର ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କହିଥିଲେ । କଙ୍ଗନାଙ୍କ ମାନସିକ ସ୍ଥିତି ଭଲ ନ ଥିବା ଏବଂ ପିଲା ବେଳର ଲାଳନ ପାଳନ ଏବଂ ପାଠ ପଢ଼ା ଉପରେ ବାବା ରାମଦେବ ପ୍ରଶ୍ନ ଉଠାଇଥିଲେ । ଯାହା ପରେ କଙ୍ଗନା ବାବା ରାମଦେବଙ୍କ ଉପରେ ପ୍ରବଳ ବର୍ଷି ଥିଲେ ।