ଆସାମ ରାଇଫଲ୍ସ ମଣିପୁରର ମୋରେହ ଜିଲ୍ଲାରେ ଚାଲିଥିବା ଅପରେସନ ସମୟରେ ନିଶା ସାମଗ୍ରୀ ଜବତ କରିଛି । ନିଶା ସାମଗ୍ରୀ ସଂରକ୍ଷଣ ପାଇଁ ଥିବା ଗୋଦାମ ଘରୁ ବିଭିନ୍ନ କିସମର ନିଶା ସାମଗ୍ରୀ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୧୫ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏହି ଅପରେସନ ୨୩ ଫେବୃଆରୀରେ ଆରମ୍ଭ କରାଯାଇଥିଲା । ସନ୍ଧାନ ପ୍ରକ୍ରିୟା ସମୟରେ ଆସାମ ରାଇଫଲ୍ସକୁ ବିରୋଧ କରି ବହୁ ସଂଖ୍ୟାରେ ମହିଳା ଏକତ୍ରିତ ହୋଇଥିଲେ। ସ୍ଥିତି ଅସମ୍ଭାଳ ହେବାରୁ ଆସାମ ରାଇଫଲ୍ସକୁ ଅସ୍ତ୍ର ବ୍ୟବହାର କରିବାକୁ ପଡୁଥିଲା। ଯାହା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଅଧିକାରୀମାନେ ଶନିବାର ଦେଇଥିବା ସୂଚନା ଅନୁଯାୟୀ, ଗୋଦାମ ମାଲିକଙ୍କଠାରୁ ୨୯.୭୯୯ କିଲୋଗ୍ରାମ WIY ଟାବଲେଟ୍, ୦.୩୮୬ କିଲୋଗ୍ରାମ ହିରୋଇନ୍ ପାଉଡର, ୫.୨୬୬ କିଲୋଗ୍ରାମ କ୍ୟାଫେନ୍, ୨.୪୭୧ କିଲୋଗ୍ରାମ ସ୍ଫଟିକ୍ ପାଉଡର, ୮.୨୯୯ କିଲୋଗ୍ରାମ ସୁନା ଧୂଳି, ୭୯୭୦ ଆଲପ୍ରାଜୋଲାମ ଟାବଲେଟ୍, ବିଭିନ୍ନ ପ୍ରକାରର ୧୦ ରବର ଷ୍ଟାମ୍ପ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ସହ ଜବତ ସାମଗ୍ରୀକୁ ଶୁକ୍ରବାର ମୋରେହ ପୋଲିସ ଷ୍ଟେସନକୁ ତଦନ୍ତ ପାଇଁ ହସ୍ତାନ୍ତର କରାଯାଇଛି। ଜବତ ହୋଇଥିବା ସାମଗ୍ରୀର ମୋଟ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୫ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
ଅଧିକ ପଢନ୍ତୁ : ଲୋକାର୍ପିତ ହେଲା ‘ସୁଦର୍ଶନ ସେତୁ’