ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରୁ ଆସିଛି ଏକ ବଡ଼ ଦୁର୍ଘଟଣାର ଖବର । ଅହମ୍ମବାଦସ୍ଥିର ସର୍ଦ୍ଦାର ବଲ୍ଲଭ ଭାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମେଘାନୀନଗର ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାୟ ୭ ଟି ଅଗ୍ନିଶମ ଗାଡ଼ି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ପ୍ରାଥମିକ ସୂଚନା ମୁତାବକ, ସର୍ଦ୍ଦାର ବଲ୍ଲଭ ଭାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବିମାନ (AI171) ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ଏୟାର ଇଣ୍ଡିଆ ବୋଇଁ ବିମାନ ୧ଟା ୩୮ ସମୟରେ ଟେକ୍ ଅଫ୍ କରିଥିଲା । କିଛି ସମୟ ପରେ, ଅର୍ଥାତ୍ ବିମାନ ବନ୍ଦରରୁ ମାତ୍ର ୧୫ କିଲୋମିଟରରେ ଦୂରରେ ଥିବା ମେଘାଣୀନଗର ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା । ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି । ତେବେ ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅଗ୍ନିଶମ ଓ ଏନଡିଆରଏଫ୍ ଦଳ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଅହମଦାବାଦ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଉଛି ।
ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଯାତ୍ରା କୁରଥିଲେ ବୋଲି ସୂଚନା ମିିଳିଛି ।
ତେବେ ଏୟାର ଇଣ୍ଡିଆ ପକ୍ଷରୁ ଦୁର୍ଘଟଣା ନେଇ ସ୍ପଷ୍ଟ କରି ସାରିଛି । କିନ୍ତୁ ଦୁର୍ଘଟଣାର କାରଣ ଏବଂ ମୃତାହତ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ଖବର ସଂଗ୍ରହ ଜାରି ରହିଛି...