ନୂଆଦିଲ୍ଲୀ: ଭାରତରେ ବନ୍ଧ୍ୟାକରଣ ସମସ୍ୟା ତଥା ନିଃସନ୍ତାନ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଉଛି। ଭୁଲ ଖାଇବା ଅଭ୍ୟାସ, ଖରାପ ଜୀବନଶୈଳୀ ଏବଂ ବିବାହ ବିଳମ୍ବ ହେତୁ ଦମ୍ପତିମାନେ ସାଧାରଣତଃ ଏହି ସମସ୍ୟାର ଶିକାର ହେଉଛନ୍ତି। ଏପରି ସମୟରେ ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ନିସନ୍ତାନ ଦମ୍ପତିଙ୍କ ପାଇଁ ଗର୍ଭଧାରଣ ସମ୍ବନ୍ଧୀୟ ଚିକିତ୍ସା ବିକଳ୍ପ ଗୁଡ଼ିକର ସମସ୍ୟାର ସମାଧାନ କରିଥାଏ। ଆଇଭିଏଫ୍ ମାଧ୍ୟମରେ ଗର୍ଭଧାରଣ ହୋଇପାରିବ। ଏହି କୌଶଳକୁ ଇନ ଭିଟ୍ରୋ ଫର୍ଟିଲାଇଜେସନ ବା ଆଇଭିଏଫ୍ କୁହାଯାଉଛି। ଯାହାକି ସାଧାରଣ ଭାବରେ ସମସ୍ତେ ଟେଷ୍ଟ ଟ୍ୟୁବ୍ ବେବି ବୋଲି ଆମେ କହିଥାଉ। ପ୍ରାକୃତିକ ଭାବରେ ଯଦି ଗର୍ଭଧାରଣରେ ସମସ୍ୟା ହୋଇଥାଏ ତେବେ ଆଇଭିଏଫ୍ ମାଧ୍ୟମରେ ଜଣେ ବାପା ମାଆ ହେବାର ସ୍ବପ୍ନକୁ ସାକାର କରିପାରୁଛି ।
IVF ଇତିହାସ:
ଆଇଭିଏଫ୍ ପ୍ରଜନନ ଚିକିତ୍ସାର ଏକ ଅଦ୍ଭୁତ ପ୍ରଗତି ଭାବରେ ଜଣାଶୁଣା ବା ବିବେଚନା କରାଯାଏ, ଯାହା ବିଶ୍ୱରେ ବହୁ ସଂଖ୍ୟକ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିଛି । ବିଭିନ୍ନ ମାଧ୍ୟମରେ ଉପଲବ୍ଧ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ IVF ମାଧ୍ୟମରେ ପାଞ୍ଚ ଲକ୍ଷରୁ ଅଧିକ ଶିଶୁ ଜନ୍ମ ହୋଇଛନ୍ତିନ। ବାସ୍ତବରେ, ନଭେମ୍ବର ୧୦, ୧୯୭୭ରେ, ଇଂଲଣ୍ଡର ଲେସ୍ଲି ବ୍ରାଉନ୍ ନାମକ ଜଣେ ମହିଳା ଡକ୍ଟର ପୈଟିକ୍ ଷ୍ଟେପ୍ଟୋ ଏବଂ ରୋବର୍ଟ ଏଡ୍ୱାର୍ଡସଙ୍କ ସାହାଯ୍ୟରେ ଭଇଟ୍ରୋ ଫର୍ଟିଲାଇଜେସନ୍(IVF) ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହାପରେ ପ୍ରଥମ ଟେଷ୍ଟ୍ ଟ୍ୟୁବ୍ ଶିଶୁ ଲୁଇସ୍ ବ୍ରାଉନ୍ ଜୁଲାଇ୨୫, ୧୯୭୮ରେ ଜନ୍ମଗ୍ରହଣ କରିଥିଲେ । ଏହି କାରଣରୁ, ପ୍ରତିବର୍ଷ ୨୫ ଜୁଲାଇରେ ବିଶ୍ୱ IVF ଦିବସ ବା ବିଶ୍ୱ ଏମ୍ବ୍ରୋଲୋଜିଷ୍ଟ୍ ଦିବସ ପାଳନ କରାଯାଏ ।
IVF କ'ଣ ?
ଇନଫର୍ଟିଲିଟି ଶାରୀରିକ ସମସ୍ୟା ଏବଂ ଉଭୟ ପୁରୁଷ ଏବଂ ମହିଳାଙ୍କ ଅନ୍ୟାନ୍ୟ କାରଣରୁ ହୋଇପାରେ । ଡାକ୍ତରଙ୍କ ଅନୁଯାୟୀ, ଯଦି 35 ବର୍ଷରୁ କମ୍ ମହିଳା ସାଧାରଣ ଯୌନ ସମ୍ପର୍କ ରଖିବା କିମ୍ବା କୌଣସି ସୁରକ୍ଷା ବିନା ଯୌନ ସମ୍ପର୍କ ରଖିବା ପରେ ମଧ୍ୟ ଗର୍ଭଧାରଣ କରିପାରୁ ନାହାଁନ୍ତି କିମ୍ବା ଯଦି କୌଣସି ପୁରୁଷ ଗର୍ଭଧାରଣ ପାଇଁ ଯଥେଷ୍ଟ ଏବଂ ଶକ୍ତିଶାଳୀ ଶୁକ୍ରାଣୁ ଉତ୍ପାଦନ କରିବାରେ ସକ୍ଷମ ନୁହଁନ୍ତି, ତେବେ ଏହା ଇନଫର୍ଟିଲିଟି କିମ୍ବା ଗର୍ଭଧାରଣ କରିବାରେ ଅକ୍ଷମତା ସୃଷ୍ଟି କରିପାରେ ।
IVF କରିବା ପୂର୍ବରୁ ଏହି ଦମ୍ପତିଙ୍କ ଅନେକ ପରୀକ୍ଷା କରାଯାଇଥାଏ । ଯେପରିକି ମହିଳାଙ୍କ ପାଇଁ, ଓଭ୍ୟୁଲେସନର ମୂଲ୍ୟାଙ୍କନ, ଫୈଲୋପିୟନ୍ ଟ୍ୟୁବ୍ ପରୀକ୍ଷା, ଗର୍ଭାଶୟ ଗୃହର ମୂଲ୍ୟାଙ୍କନ ଏବଂ ଏକ ମୌଳିକ ହରମୋନ୍ ପ୍ରୋଫାଇଲ୍ ଏବଂ ପୁରୁଷମାନଙ୍କ ପାଇଁ ଶୁକ୍ରାଣୁ ବିଶ୍ଳେଷଣ ପରି ପ୍ରାଥମିକ ପରୀକ୍ଷା ଇତ୍ୟାଦି । ଏହି ଆଧାରରେ, ସେମାନଙ୍କର ଚିକିତ୍ସା ପ୍ରକ୍ରିୟା ସ୍ଥିର ହୋଇଛି ।