ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା କାହିଁକି ନ ମିଳିବା ଉଚିତ ୍? ଏହି ପ୍ରଶ୍ନ କରି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଅଦାଲତ ସରକାରଙ୍କୁ ଜବାବ ଦେବା ପାଇଁ ଚାରି ସପ୍ତାହର ସମୟ ଦେଇଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ଦାଖଲ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନୋଟିସ୍ ଜାରି କରିଛନ୍ତି । ପ୍ରଧାନ ବିଚାରପତି ବିଆର ଗବାଇ ଓ ଜଷ୍ଟିସ କେ ବିନୋଦ ଚନ୍ଦନଙ୍କ ପୀଠ ଅନେକ ଯାଚିକା ଉପରେ ଶୁକ୍ରବାର ଶୁଣାଣି କରିଛନ୍ତି ।
ଦାଖଲ ଯାଚିକାରେ ଦାବି କରାଯାଇଛି ଯେ, ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ । ଆବେଦନକାରୀଙ୍କ ଓକିଲ ୨୦୨୩ ଡିସେମ୍ବରରେ ଅଦାଲତ ପକ୍ଷରୁ ଦିଆଯାଇଥିବା ନିଷ୍ପତ୍ତିର ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସଠିକ୍ ବୋଲି ଦର୍ଶା ଯାଇତିଲା । ଏହା ସହ ରେକର୍ଡରେ କୁହାଯାଇଥିଲା ଯେ, ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ଉଚିତ୍ । ସଲିସିଟର ଜେନେରାଲ ତୁଷାର ମେହଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ପକ୍ଷ ରଖି କହିଛନ୍ତି, ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ ନେଇ ବିଚାର ବିମର୍ଶ ଜାରି ରହିଛି । ଏଥିରେ ବର୍ତ୍ତମାନ ସମୟ ଲାଗିବ ଏବଂ ଆଲୋଚନା ଏବେ ପ୍ରାରମ୍ଭି ପର୍ଯ୍ୟାୟରେ ରହିଛ ।
ତୁଷାର ମେହଟ୍ଟା ଏହା ମଧ୍ୟ କହିଛନ୍ତି, ଏହା ଏକ ସ୍ୱାଭାଭିକ ସମସ୍ୟା ଏବଂ ଏହା ଉପରେ ବିସ୍ତୃତ ଆଲୋଚନା ଚାଲିଛି । ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପୂର୍ବରୁ ଅନେକ ଦିଗ ପ୍ରତି ବିଚାର କରିବାକୁ ପଡିବ । ଏହା ପରେ ହିଁ କୌଣସି ନିଷ୍ପତ୍ତି ନିଆଯାଇ ପାରିବ । ସେ ପୀଠକୁ ଏହା ମଧ୍ୟ କହିଛନ୍ତି ଯେ, କିଛି ଲୋକ ନିଜ ହିସାବରେ କାହାଣୀ ଚଲାଇବାକୁ ଚାହାନ୍ତି । ଜମ୍ମୁ-କାଶ୍ମୀରର ଅବସ୍ଥା ଏତେ ବି ଖରାପ ନୁହେଁ, ଯେତିକି ସର୍ବଦା ଦେଖାଇବାକୁ ଚେଷ୍ଟା କରାଯାଉଛି ।
Also read: ହତ୍ୟା ପରେ ପତ୍ନୀର ମୃତଦେହକୁ ପଲଙ୍କ ଭିତରେ ଲୁଚାଇଲା ସ୍ବାମୀ, ଅଭିଯୁକ୍ତ ଫେରାର