ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ଓ ଭାରତୀୟ ମୁସଲିମ ସମୁଦାୟର ବିଶିଷ୍ଟ ଲୋକଙ୍କୁ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଏପ୍ରିଲ ୧୮ରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ମୁସଲିମ ସମୁଦାୟରୁ ଭିନ୍ନ ଭିନ୍ନ କ୍ଷେତ୍ରର ଲୋକ ସାମିଲ୍ ଥିଲେ । ଏହି ବୈଠକରେ ଏନଏସଏ କହିଛନ୍ତି, ଭାରତରେ ରହୁଥିବା ହିନ୍ଦୁ ଓ ମୁସଲମାନ ଗୋଟିଏ ଜାହାଜର ଯାତ୍ରୀ ପରି । ସୂଚନାଯୋଗ୍ୟ, ଏହି ବୈଠକର ଉଦ୍ଦେଶ୍ୟ ପାରମ୍ପରିକ ଭୋଟ୍ ବ୍ୟାଙ୍କର ରାଜନୀତିରୁ ଉର୍ଦ୍ଧ୍ୱରୁ ହଟି ମୁସଲିମ ସମୁଦାୟର ବିକାଶ, ଶିକ୍ଷା ଓ ଉଦ୍ୟମିତାଙ୍କ ଭବିଷ୍ୟତ ଉପରେ ଆଲୋଚନା ଉପରେ ଥିଲା ।
ବୈଠକରେ ଉପସ୍ଥିତ ଅତିଥିଙ୍କୁ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଧୈର୍ଯ୍ୟପୂର୍ବକ ଶୁଣିବା ପରେ ଅଜିତ ଡୋଭାଲ ଇଂରାଜୀ ଓ ଉର୍ଦ୍ଦୁ ଭାଷା ମିଶ୍ରଣରେ ଏକ ପ୍ରଭାବଶାଳୀ ଭାଷଣ ଦେଇଥିଲେ । ତାଙ୍କର ଏକ ବାକ୍ୟ ସେଠାରେ ଉପସ୍ଥିତ ଲୋକଙ୍କ ହୃଦୟ ଜିତିନେଇଛି । ଡୋଭାଲ କହିଛନ୍ତି, ହିନ୍ଦୁ ଓ ମୁସଲମାନ ଗୋଟିଏ ଜାହାଜର ଯାତ୍ରୀ । ଆମେ ଏକାଠି ଯିବା ନଚେତ୍ ଏକାଠି ବୁଡିବା । ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ପ୍ରସିଦ୍ଧ ଶିକ୍ଷାବିଦ ତଥା ବ୍ୟବସାୟୀ, ଜଫର ସରେଶୱାଲା ନେଇଛନ୍ତି ।
ଅଜିତ ଡୋଭାଲଙ୍କ ଏହି ପଦକ୍ଷେପ ଦର୍ଶାଉଛି ଯେ, ରାଷ୍ଟ୍ରୀୟ ସୁରକ୍ଷା କେବଳ ସୀମା ପର୍ଯ୍ୟନ୍ତ ସୀମିତ ନୁହେ. ବରଂ ଦେଶ ଭିତରେ ପ୍ରତି ସମୁଦାୟକୁ ସଶକ୍ତ ଓ ଆତ୍ମ ବିଶ୍ୱାସରେ ଯୋଡିବା । ଉଦ୍ୟୋଗ ଜଗତଠୁ ନେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ପ୍ରସାରିତ ଏହି ପ୍ରତିନିଧିମଣ୍ଡଳ ଏହି ସନ୍ଦେଶ ଦେଇଛନ୍ତି ଯେ, ଭାରତୀୟ ମୁସଲିମ ସମୁଦାୟ ଏବେ କେବଳ ରାଜନୀତିର ମୋହରା ଭାବେ ନୁହେଁ ବରଂ ଆତ୍ମ ନିର୍ଭର ଭାରତର ସକ୍ରିୟ ଭାଗିଦାରୀ ଭାବେ ନିଜର ପରିଚୟ ତିଆରି କରୁଛି ।