ଭାରତର ମହାକାଶ ଗବେଷଣା ସଂସ୍ଥା ‘ISRO’କୁ ନେଇ ବଡ ଖବର ଆସିଛି । ଇସ୍ରୋ ଉପରେ ପ୍ରତିଦିନ ଶତାଧିକ ସାଇବର ଆକ୍ରମଣ ହେଉଛି । ବର୍ତ୍ତମାନ ସମୟରେ ଇଣ୍ଟରନେଟ୍ର ବହୁଳ ବ୍ୟବହାର ସହ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଉଛି। ଏଥିରୁ ବାଦ୍ ପଡ଼ିନାହିଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)। ଦେଶର ଏହି ସ୍ପେସ୍ ଏଜେନ୍ସିର ସଫ୍ଟୱେୟାର ଉପରେ ପ୍ରତିଦିନ ୧୦୦ ରୁ ଅଧିକ ସାଇବର ଆକ୍ରମଣ ହେଉଛି । ସାଇବର ଆକ୍ରମଣର ଏହି ଘଟଣା ଏମିିତି ସମୟରେ ଘଟୁଛି ଯେତେବେଳେ କି ଇସ୍ରୋ ପ୍ରତିଦିନ ସଫଳତାର ନୂଆ ନୂଆ ପାହାଚ ଚଢ଼ୁଛି । ଏହା ସହ ସୋମନାଥ ଭୟଭୀତ ହେବାର କିଛି କଥା ନାହିଁ ବୋଲି କହିଛନ୍ତି । କାରଣ ଇସ୍ରୋ ଏପରି ଆକ୍ରମଣଗୁଡ଼ିକର ସାମ୍ନା କରିବା ପାଇଁ ଏକ ଶକ୍ତିଶାଳୀ ସାଇବର ସୁରକ୍ଷା ନେଟୱାର୍କ ସହିତ ସଜ୍ଜିତ ରହିଛି।
କେରଳର କୋଚିରେ ଆୟୋଜିତ ଦୁଇ ଦିନିଆ ଅନ୍ତର୍ଜାତୀୟ ସାଇବର ସମ୍ମିଳନୀ ‘C0c0n’ର ୧୬ତମ ସିଜନର ଉଦ୍ଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୋମନାଥ ଏହା କହିଛନ୍ତି। ସେହି ସମ୍ମିଳନୀରେ ସେ କହିଛନ୍ତି ଯେ ରକେଟ୍ ଟେକ୍ନୋଲୋଜିରେ ସାଇବର ଆକ୍ରମଣର ଆଶଙ୍କା ବହୁତ ଅଧିକ ରହିଛି। ଏହି ଟେକ୍ନୋଲୋଜି ହାର୍ଡୱେର୍ ଆଧାରିତ ଏବଂ ଏଥିରେ ଅତ୍ୟାଧୁନିକ ସଫ୍ଟୱେର୍ ଓ ଚିପ୍ ବ୍ୟବହାର ହୋଇଥାଏ। ଏହି ବିପଦ ଯେତେ ବଡ଼ ହେଉନା କାହିଁକି, ଇସ୍ରୋ ଏଭଳି ଆକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଇସ୍ରୋର ଅଦକ୍ଷ ସୋମନାଥ କହିଛନ୍ତି । ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଇସ୍ରୋ ଏବେ ସଫ୍ଟୱେର୍ ବ୍ୟତୀତ ରକେଟ୍ ଭିତରେ ହାର୍ଡୱେର୍ ଚିପ୍ସର ସୁରକ୍ଷା ଉପରେ ଧ୍ୟାନ କୈନ୍ଦ୍ରିତ କରି ବିଭିନ୍ନ ଟେଷ୍ଟିଂରେ ମଧ୍ୟ ଆଗକୁ ବଢ଼ୁଛି। ଇସ୍ରୋ ପାଖରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ସାହାଯ୍ୟ କରୁଥିବା ଉପଗ୍ରହ ମଧ୍ୟ ଅଛି। ଏ ସମସ୍ତକୁ ଅଲଗା ଅଲଗା ସଫ୍ଟୱେର୍ ଦ୍ୱାରା ନିୟନ୍ତ୍ରିତ କରାଯାଉଛି। ଏ ସବୁର ସୁରକ୍ଷା ପାଇଁ ସାଇବର ସୁରକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ।
ଅଧିକ ପଢନ୍ତୁ :ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରୁଛି ଇସ୍ରୋ