ଭୁବନେଶ୍ୱର : ରାତିରେ ମହାକାଶରେ ଆରମ୍ଭ ହେଲା ବିରଳ ମହାଜାଗତିକ ଦୃଶ୍ୟ। ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିଛି । ରାତି ୧ଟା ୨୭ ମିନିଟ୍ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ହେବ।
୩ ଘଣ୍ଟା ୨୯ ମିନିଟ ୨୫ ସେକେଣ୍ଡ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ରାତି ୧୧ରୁ ୧୨ଟା ୨୨ ପର୍ଯ୍ୟନ୍ତ ଆକାଶରେ ଚନ୍ଦ୍ର ଲାଲ୍ ଦିଶିବ ।୮୨ ମିନିଟ୍ ବିରଳ ଲାଲ୍ ଜହ୍ନ ଦେଖିବାର ସୁଯୋଗ ମିଳିବ। ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ସରଳରେଖାରେ ଆସିବାରୁ ଚନ୍ଦ୍ରଗ୍ରହଣ ଅନୁଭୂତ ହେଉଛି। ଆଜି ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଗ୍ରହଣ ଦୃଶ୍ୟମାନ ହେଉଛି।
ଗ୍ରହଣ ଶେଷ ପରେ ମହାସ୍ନାନ, ଗ୍ରହଣ ଭୋଗ ଓ ଅନ୍ୟ ନୀତିକାନ୍ତି ହେବ ।