ଚର୍ଚ୍ଚାରେ ଅକ୍ଷତା ମୂର୍ତ୍ତିଙ୍କ କୁର୍ତ୍ତୀ... ଯାହାର ଦାମ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ...କୋଟି କୋଟି ଟଙ୍କାର ମାଲିକାଣି ପିନ୍ଧିଥିଲେ ଅତି କମ ମୂଲ୍ୟର ଡ୍ରେସ... ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ତଥା... ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ନିକଟ ଅତୀତରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତକୁ ଆସିଥିଲେ । ଏହି ଅବସରରେ ଅକ୍ଷତା ଦିଲ୍ଲୀରେ ରହିବା ସମୟରେ ପୂରା ସମୟ ଭାରତୀୟ ପୋଷାକ ପରିଧାନ କରିଥିଲେ ।
ସେ ଦିଲ୍ଲୀରେ ଥିବା ଅକ୍ଷରଧାମ୍ ମନ୍ଦିରକୁ ଦର୍ଶନ କରିବାକୁ ଗଲାବେଳେ ଏକ ଅଲିଭ ସବୁଜ ରଙ୍ଗର କୁର୍ତ୍ତୀ ସହ ଗୋଲାପି ରଙ୍ଗର ପାଇଜାମା ଓ ଓଢ଼ଣି ପିନ୍ଧିଥିଲେ । ଏବଂ ଋଷି ସୁନକ ଏକ ଧଳା ରଙ୍ଗର ସାର୍ଟ ସହ ରୟାଲ ବ୍ଲୁ ପ୍ୟାଣ୍ଟ ପିନ୍ଧିଥିଲେ । ଏବେ ଏହି କୁର୍ତ୍ତୀଟି ବହୁତ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କୁର୍ତ୍ତୀ ର ଦର ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅକ୍ଷତା ମୂର୍ତ୍ତିଙ୍କର ଏହି କୁର୍ତ୍ତୀର ଦାମ ମାତ୍ର ୧୪୯୦ ଟଙ୍କା । ଅନ୍ଲାଇନ୍ରେ ଅବିକଳ ଏହି ଧରଣର କୁର୍ତ୍ତୀ ଉପଲବ୍ଧ ଥିବାରୁ ଅକ୍ଷତାଙ୍କ କୁର୍ତ୍ତୀର ଦର ଜାଣିବା ଅତି ସହଜ ହୋଇପାରିଛି । ବିମାନରେ ଅକ୍ଷତା ମୂର୍ତ୍ତି ସ୍ୱାମୀ ସୁନକଙ୍କ ଟାଇ ବାନ୍ଧିବାଠାରୁ ଆରମ୍ଭ କରି ବର୍ଷାରେ ମନ୍ଦିରକୁ ଗଲା ସମୟର କିଛି ଫଟୋ ଓ ଭିଡ଼ିଓ ଖୁବ ଭାଇରାଲ୍ ହୋଇଥିଲା । ଗତ ୧୦ ତାରିଖରେ ଆରମ୍ଭ ହୋଇଥିଲା ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ମୋଟ ଉପରେ ୧୭୦ ଜଣ ଅତିଥି ଭାରତ ମଣ୍ଡପମରେ ଯୋଗ ଦେଇଥିଲେ । ନୂଆଦିଲ୍ଲୀସ୍ଥିତ ଭାରତମଣ୍ଡପମରେ ଫର ଫର ହୋଇ ଉଡ଼ୁଥିଲା ସବୁ ଦେଶର ପତାକା । ଆଉ ବିଶ୍ୱ ଦେଖିଲା ଭାରତର ନେତୃତ୍ୱ । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହୋଇଯାଇଛି । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଯାହାର ଅର୍ଥ ଥିଲା ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏକାଠି ହେଲେ ସବୁ ସଙ୍କଟ ଦୂର ହେବ । ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ । ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥପ୍ରଦର୍ଶକ । ଜି-୨୦ର ନୂଆ ସ୍ଥାୟୀ ସଦସ୍ୟ ଥିଲା ଆଫ୍ରିକୀୟ ୟୁନିୟନ ।
ସମ୍ମିଳନୀରେ ଯୋଗ ଦେଇଥିଲେ ୨୯ଟି ଦେଶର ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ନେତା । କିନ୍ତୁ ଏବେ ବହୁତ ଚର୍ଚ୍ଚାର ବିଷୟ ପାଲଟିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା । ଝିପି ଝିପି ବର୍ଷା ହେଉଥିବା ବେଳେ ଦୁହିଁଙ୍କୁ ଏକ ଲାଲ ରଙ୍ଗର ଛତା ତଳେ ଦେଖିବାକୁ ମିଳିଥିଲା । ତେବେ ଏହି ଫଟୋକୁ ସୋସିଆଲ ମିଡ଼ିଆରେ ୟୁଜର୍ସ ମାନେ ବହୁତ ପସନ୍ଦ କରୁଥିବା ବେଳେ ତାଙ୍କୁ 'ପ୍ୟାର ହୁଆ ଇକରାର ହୁଆ' ମୋମେଣ୍ଟ ର ଟ୍ୟାଗ ଦେଇଥିଲେ । ଅକ୍ଷତା ପିନ୍ଧିଥିବା ଶାଢ଼ୀ, ଲାଇଲାକ ଡ୍ରେସ ଏବଂ ସ୍କର୍ଟ ସହ ଧଳା ରଙ୍ଗର ପୋଷାକ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ...
ଆଗକୁ ପଢନ୍ତୁ :- ୟୁପିରେ ମହିଳାଙ୍କୁ ହଇରାଣ କରୁଥିବା ଅମାନିଆଙ୍କୁ ଯୋଗୀଙ୍କ 'ଯମରାଜ' ଚେତାବନୀ