କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ୪% ମହଙ୍ଗା ଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର
Khabar Odisha:The-central-government-has-increased-the-dearness-allowance-by-4
ନୂଆଦିଲ୍ଲୀ,ସେପ୍ଟେମ୍ବର ୨୮(ଖବର ଓଡିଶା):

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିଛି ପୂଜା ଭେଟି। ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମହଙ୍ଗା ଭତ୍ତା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। 

ତେବେ ଗତ ଜୁଲାଇ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। ଏହାଦ୍ୱାରା ୪୭ ଲକ୍ଷରୁ ଅଧିକ କର୍ମଚାରୀ ଓ ୬୮ ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାର ଜାନୁଆରୀ ୧ ଓ ଜୁଲାଇ ୧ରେ DA ଏବଂ DR ଉପରେ ସଂଶୋଧନ କରିଥାନ୍ତି। ହେଲେ ଏହି ନିଷ୍ପତ୍ତି ସାଧାରଣତଃ ମାର୍ଚ୍ଚ ଓ ସେପ୍ଟେମ୍ବରରେ ଘୋଷଣା କରାଯାଇଥାଏ। ।

  • Tags:

Subscribe

National International State Sports Entertainment