ବହୁ ଚର୍ଚିତ ଅ।ଦାନୀ-ହିଣ୍ଡେନବର୍ଗ ମାମଲାର ଆଜି ଶୁଣାଣି ହୋଇଛି। ଗତ ବର୍ଷ ଜାନୁଆରୀରେ ହିଣ୍ଡେନବର୍ଗ ରିସର୍ଚ୍ଚ ନାମକ ଏକ ବୈଦେଶିକ ସର୍ଟ ସେଲର କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ଅନୁସନ୍ଧାନ ରିପୋର୍ଟରେ ଭାରତର ପ୍ରଖ୍ୟାତ କର୍ପୋରେଟ ଆଦାନି ଗ୍ରୁପ ଅଫ କମ୍ପାନୀ ବିରୋଧରେ ଷ୍ଟକ ପ୍ରାଇସରେ ଜାଲିଆତି ହୋଇଥିବା ନେଇ ସୁପ୍ରିମ କୋର୍ଟରେ ପିଟିସନ ଦାଖଲ ହୋଇଥିଲା। ଗତ ନଭେମ୍ବରରେ ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରଖି SEBI ଦ୍ୱାରା ଆଦାନି ଗ୍ରୁପ ଅଫ କମ୍ପାନୀର ଆଇନ ଉଲଂଘନ ସମ୍ପର୍କରେ ଅନୁସନ୍ଧାନ କରାଯିବା ପାଇଁ ଆଦେଶ ଦେଇଥିଲେ।। ସମୁଦାୟ ୨୪ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ଅନୁସନ୍ଧାନ କରିବାକୁ ଥିବା SEBI ୨୨ଟି ର ଅନୁସନ୍ଧାନ ସାରିଥିବା ବେଳେ ଅନ୍ୟ ୨ଟି ପାଇଁ ଆଉ ୨ ମାସ ସମୟ ନେଇଛନ୍ତି।
ଜାନୁଆରୀ ୩ରେ ହୋଇଥିବା ସୁପ୍ରିମ କୋର୍ଟଙ୍କ ଶୁଣାଣି କ୍ରମେ SEBI ଦ୍ୱାରା ହୋଇଥିବା ଉକ୍ତ ୨୨ଟି ଅନୁସନ୍ଧାନ ରିପୋର୍ଟରେ ଆଦାନି କମ୍ପାନୀର କୌଣସି ଆଇନ ବିରୋଧୀ କାର୍ଯ୍ୟ ହୋଇ ନଥିବା କଥା କୁହ ଯାଇଛି। ସେଥିପାଇଁ SEBI ପକ୍ଷରୁ ସ୍ପେଶାଲ ଇନଭେସ୍ଟିଗେସନ ଟିମ (SIT) ର ଆବଶ୍ୟକତା ନାହିଁ ବୋଲି କୋର୍ଟ ଶୁଣାଇଛନ୍ତି।ଏହି ମାମଲାରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜେ. ବି. ପାର୍ଦିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରାୟ ୪ଟି ପିଟିସନ୍ର ଶୁଣାଣି କରିଛନ୍ତି। ତେବେ ଆଜି ଶୁଣାଇଥିବା ରାୟରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ତଦନ୍ତକୁ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ରୁ (ସେବି) ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ (ସିଟ୍) ନେବାର କୌଣସି କାରଣ ନାହିଁ।
ସୁପ୍ରିମ କୋର୍ଟଙ୍କ ଏହି ରେ ପ୍ରକାଶ ପରେ ଆଦାନି ଗ୍ରୁପର ମାଲିକ ଗୌତମ ଅଦାନୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ "ସତ୍ୟମେବ ଜୟତେ" ଲେଖି ନିଜର ଖୁସି ବ୍ୟକ୍ତ କରିଛନ୍ତି।
ଅଧିକ ପଢନ୍ତୁ : ଇଡି ଘେରାଉରେ ସୋରେନଙ୍କ ସହଯୋଗୀ