ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରେସ ପରାମର୍ଶଦାତା ଅଭିଶେକ ପ୍ରସାଦଙ୍କ ରାଞ୍ଚି ସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ାଉ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ର ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ରାଜ୍ୟର ପ୍ରାୟ ୧୨ ଟି ଭିନ୍ନ ଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା ନେଇ ସୂଚନା ମିଳିଛି। ଏହି ଚଢ଼ାଉରେ ରାଜ୍ୟରେ ବେଆଇନ ଖଣି ଖନନ ଅଭିଯୋଗରେ ଅର୍ଥ ହେରଫେର ଘଟଣାର ଯାଞ୍ଚ ଚାଲିଛି।
ସୂଚନା ମୁତାବକ ,ଏହି ମାମଲାରେ ସମ୍ପୃକ୍ତ ଥିବା ସାହେବଗଞ୍ଜ ଅଂଚଳ କଲେକ୍ଟର ରାମ ନିବାସ, ହଜାରିବାଗର ଏସପି ଅଭିଷେକ ପ୍ରସାଦ, ପୂର୍ବତନ ବିଧାୟକ ପପୁ ଯାଦବ ଏବଂ କିଛି ଜେଲ ବିଭାଗିୟ ଅଧିକାରୀଙ୍କ ଘରେ ମଧ୍ୟ ଏହି ମାମଲାରେ ତଲାସ ଚାଲିଛି। ବିଗତ ୨୦୨୨ ମସିହାରୁ ରାଜ୍ୟରେ ବେଆଇନ ଖଣି କାରବାରରୁ ଉତ୍ପନ୍ନ ଲକ୍ଷାଧିକ ଟଙ୍କାର “ଅପରାଧିକ ଆୟ” ର ଅନୁସନ୍ଧାନ କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ। ବିଶେଷ ସୂତ୍ର ରୁ ଜଣ ପଡିଛି କି ମୁଖ୍ୟମନ୍ତ୍ରୀ ସୋରେନ ଏପର୍ଯ୍ୟନ୍ତ ୭ଥର ଇଡ଼ି ର ସମନ୍କୁ ଏଡ଼ାଇ ସାରିଲେଣି। ସୋରେନ କହିବା କଥା ଝାଡଖଣ୍ଡ ରାଜନୀତି ରେ ଅନିଶ୍ଚିତତା ଏବଂ ଅଶାନ୍ତି ସୃଷ୍ଟି କରିବାର ଏକମାତ୍ର ଉଦ୍ଦେଶ୍ୟରେ ତାଙ୍କ ବିରୋଧରେ ଏହି ମିଥ୍ୟା ଅଭିଯୋଗ କରାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ ଅନୁସାରେ ଝାଡ଼ଖଣ୍ଡରେ ମାଫିଆଙ୍କ ଦ୍ୱାରା ଜମି ମାଲିକାନାର ବେଆଇନ ପରିବର୍ତ୍ତନ ହେବାର ଏହା ଏକ ବିରାଟ ଠକେଇ ଅଟେ।