ଟାଟା ଷ୍ଟିଲ୍ର ସେଲ୍ସ ହେଡ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ପୋଲିସ ର ଏନକାଉଣ୍ଟରରେ ଟଳିପଡିଲେ ହତ୍ୟାକାରୀ । ଉତ୍ତରପ୍ରଦେଶର ଗାଜିଆବାଦରେ ଟାଟା ଷ୍ଟିଲ୍ର ସେଲ୍ସ ହେଡ୍ ହତ୍ୟା କରାଯାଇଥିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟର ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।
ସୂଚନା ଅନୁଯାୟୀ,ଉତ୍ତରପ୍ରଦେଶର ଗାଜିଆବାଦରେ ଟାଟା ଷ୍ଟିଲ୍ର ସେଲ୍ସ ହେଡଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ । ଗୁରୁବାର ରାତିରେ ଚେକିଂ କରାଯାଉଥିବା ସମୟରେ ପୋଲିସ ଏକ ଗାଡିକୁ ଅଟକାଇବାରୁ ଗାଡି ଚାଳକ ଜଣକ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଏହାପରେ ପଲିସ ଟିମ ସେହି ବାଇକର ପିଛା କରିଥିଲେ । ଶୁକ୍ରବାର ସକାଳୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ଗୁଳିରେ ଜଣେ ହତ୍ୟାକାରୀ ଟଳିପଡିଛନ୍ତି ।