ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ଦେଉଥିବା ୟୁଜିସିର ନୂଆ ନିୟମାବଳି ୨୦୨୬ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ନୂଆ ନିୟମକୁ ନେଇ ଅଭିଯୋଗ ହୋଇଥିଲା ଯେ, ଏଥିରେ ସାଧାରଣ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହିତ ଭେଦଭାବ କରାଯାଉଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚୀଙ୍କ ପୀଠ ଦାଖଲ ଯାଚିକା ଉପରେ ଶୁଣାଣି କରିଛନ୍ତି । ଏହା ସହିତ ନୂଆ ନିୟମରେ ଭେଦଭାବ ବଢିବାର ଆବେଦନକାରୀଙ୍କ ତର୍କ ଉପରେ ସହମତି ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟ କଡା ଟିପ୍ପଣୀ କରି କହିଛନ୍ତି, କଣ ଆମେ ଓଲଟା ଦିଗରେ କରୁଛନ୍ତି ? ଆମକୁ ଜାତିବିହୀନ ସମାଜ ଆଡକୁ ବଢିବା ଉଚିତ୍ । ଯାହାଙ୍କୁ ସୁରକ୍ଷା ଦରକାର ସେମାନଙ୍କ ପାଇଁ ବ୍ୟବସ୍ଥା ହେଉ । ୟୁଜିସି ନିୟମର ଦୁରୁପଯୋଗର ସମ୍ଭାବନା ଥିବା କହିଛନ୍ତି ଖଣ୍ଡପୀଠ । ଆମେ ଏମିତି ସ୍ଥିତିକୁ ଯିବା ଉଚିତ୍ ନୁହେଁ ଯେଉଁଠି ସ୍କୁଲକୁ ଅଲଗା ଅଲଗା କରି ଦିଆଯିବ, ଯେମିତି ଆମେରିକାରେ ହେଉଛି ।
ଆମେରିକାରେ ଶ୍ୱେତଙ୍କ ପାଇଁ ଅଲଗା ସ୍କୁଲ ଏବଂ ଅଶ୍ୱେତଙ୍କ ପାଇଁ ଅଲଗା ସ୍କୁଲ । ଭାରତରେ ଶିକ୍ଷାନୁଷ୍ଠାନକୁ ଏକତା ଦେଖାଇବା ଉଚିତ୍ । କୋର୍ଟ ନୋଟିସ୍ ଜାରି କରି କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡିଛନ୍ତି । ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସିଜେଆଇ ସୂର୍ଯ୍ୟକାନ୍ତ ଟିପ୍ପଣୀ କରି କହିଛନ୍ତି, ଏବେ ବିଧାୟିକା ମଧ୍ୟ ଅନୁଭବ କରୁଛନ୍ତି ଯେ, ସରକ୍ଷିତ ସମୁଦାୟ ଭିତରେ ମଧ୍ୟ ଏମିତି ଲୋକ ଅଛନ୍ତି, ଯେଉଁମାନେ ସକ୍ଷମ ହୋଇ ସାରିଛନ୍ତି । ସଂରକ୍ଷିତ ବର୍ଗରେ ମଧ୍ୟ କିଛି ସମୁଦାୟ ଅନ୍ୟଙ୍କ ତୁଳନାରେ ଉନ୍ନତ ସୁବିଧାର ଆନନ୍ଦ ନେଉଛନ୍ତି । ଏହି ନୀତି ନିର୍ମାତାଙ୍କ ବୁଦ୍ଧିମତାରୁ ଜଣା ପଡୁଛି ସେମାନେ ଏହାକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି ।
ଶୁଣାଣି ସମୟରେ ସିଜେଆଇ କହିଛନ୍ତି, ମାନି ନିଅନ୍ତୁ ଅନୁସୂଚିତ ଜାତି(ଏସସି)ର ଏ ସମୂହ ସମ୍ବନ୍ଧିତ କୌଣସି ଛାତ୍ର ଅନ୍ୟ କୌଣସି ସମୁଦାୟର ଛାତ୍ରଙ୍କ ବିରୋଧରେ ଅପମାନଜନକ ଭାଷାର ପ୍ରୟୋଗ କରୁଛି, ତେବେ ଏହି କ୍ଷେତ୍ରରେ କଣ ଉପାୟ ରହିଛି ? କଣ ନିୟମ କେବଳ ଏକତରଫା ସଂରକ୍ଷଣ ଦେବ ?