ନୂଆଦିଲ୍ଲୀ: କାନାଡାରେ ପାଠ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଅନେକ ସମୟରେ ଗୋଟିଏ କଲେଜରୁ ଅନ୍ୟ କଲେଜକୁ ସ୍ଥାନାନ୍ତରିତ କରାଯାଇଥାଏ। ଏହା ସାଧାରଣତଃ ସେତେବେଳେ ହୋଇଥାଏ ଯେତେବେଳେ ଛାତ୍ରମାନେ କଲେଜରେ ପଢ଼ିବାକୁ ପସନ୍ଦ କରନ୍ତି ନାହିଁ ଏବଂ ସେମାନେ ଅନ୍ୟ କଲେଜରେ ଅଧିକ ସୁଯୋଗ ପାଉଛନ୍ତି । ତେବେ ଏବେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ଅନ୍ୟ ଅନୁଷ୍ଠାନକୁ ବଦଳି ପାଇବା ସେମାନଙ୍କ ପାଇଁ କଷ୍ଟକର ହେବାକୁ ଯାଉଛି। ଏହାର ମୁଖ୍ୟ କାରଣ ହେଉଛି ସରକାର ନୂଆ ବଦଳି ନିୟମ ଆଣିଛନ୍ତି, ଯାହା ଅଧିକ କଠୋର।
କାନାଡାରେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ଏବେ ଗୋଟିଏ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ଅନ୍ୟ କଲେଜକୁ ସ୍ଥାନାନ୍ତର ପାଇଁ ନୂତନ ଅଧ୍ୟୟନ ଅନୁମତି ପାଇଁ ଆବେଦନ କରିବାକୁ ପଡିବ । 'ଇଣ୍ଟରନ୍ୟାସନାଲ ଷ୍ଟୁଡେଣ୍ଟପ୍ରୋଗ୍ରାମ' (ଆଇଏସପି)କୁ ଆହୁରି ସୁଦୃଢ଼ କରିବା ପାଇଁ କାନାଡା ସରକାର ଏହି ନିୟମ ଆଣିଛନ୍ତି। ଏହା ସୁନିଶ୍ଚିତ କରିବ ଯେ କାନାଡାରେ ଅଧ୍ୟୟନ କରିବା ସମୟରେ ସମସ୍ତ ଛାତ୍ରଛାତ୍ରୀ ସଠିକ୍ ନିୟମ ପାଳନ କରିବେ। ଏହି ନିୟମ କାନାଡାରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ। ସରକାର ଚାହୁଁଛନ୍ତି ଯେ କୌଣସି ଛାତ୍ରଛାତ୍ରୀ ଷ୍ଟଡି ପରମିଟ୍ର ଅପବ୍ୟବହାର କରନ୍ତୁ ନାହିଁ।
ଶରଣାର୍ଥୀ ଏବଂ ନାଗରିକତା (ଆଇଆରସିସି) ମନ୍ତ୍ରୀ ମାର୍କ ମିଲର ଆଇଏସପି କାର୍ଯ୍ୟକ୍ରମର ମର୍ଯ୍ୟାଦା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆମେ ଚାହୁଁଛୁ ଯେ ଅନ୍ତର୍ଜାତୀୟ ଛାତ୍ର କାର୍ଯ୍ୟକ୍ରମର ମର୍ଯ୍ୟାଦା ବଜାୟ ରଖିବା ପାଇଁ ସମସ୍ତ ଅନୁଷ୍ଠାନ ଆମ ସହ ମିଶି କାମ କରନ୍ତୁ। କାନାଡାରେ ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କ ସକାରାତ୍ମକ ଏବଂ ସଫଳ ଅଭିଜ୍ଞତା ରହିବା ଉଚିତ ଏବଂ ଆଜି ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏଥିରେ ସହାୟକ ହେବାକୁ ଯାଉଛି। ଛାତ୍ରଛାତ୍ରୀଙ୍କ ଜରିଆରେ ବେଆଇନ କାମ ସମସ୍ୟା ସହ କାନାଡା ଦୀର୍ଘ ଦିନ ଧରି ସଂଘର୍ଷ କରିଆସୁଛି।