ଋଣ ପ୍ରଦାନକାରୀ ଆପ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ,ଗୁଗଲ ହଟାଇଲା ୧୦୦ରୁ ଉର୍ଦ୍ଧ୍ୱ ଆପ୍‌
Khabar Odisha:Strict-action-on-lender-apps-Google-removes-over-100-apps
ଦିଲ୍ଲୀ,ଜାନୁଆରୀ ୧୫ (ଖବର ଓଡ଼ିଶା):

 ଆଜିକାଲି ଲୋକମାନେ ଋଣ ପାଇବା ଆଶାରେ ଅନେକ ଆପ୍ କୁ ଡ଼ାଉନଲୋଡ଼୍ କରିଥାନ୍ତି ଯାହାପରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବିଭିନ୍ନ କମ୍ପାନୀ ମୋବାଇଲ ଫୋନ୍ ଆପ୍ ଜରିଆରେ ଗ୍ରାହକଙ୍କୁ ପ୍ରଲୋଭିତ କରାଇ ପ୍ରଥମେ ଋଣ ଦେଉଥିଲେ। ହେଲେ ଋଣ ନେଇଗଲା ପରେ ମୂଳଧନ ଉପରେ ମାସିକ ୩୫% ସୁଧ ଲଗାଇ ଟଙ୍କା ଦେବାକୁ ଚାପ ପ୍ରୟୋଗ କରାଯାଉଥିଲା।

ନିକଟରେ ତେଲେଙ୍ଗାନାର ୩ ଜଣ ବ୍ୟକ୍ତି ଏପରି ବେଆଇନ ମୋବାଇଲ ଆପ୍ ଦ୍ୱାରା ଋଣ ନେଇଥିଲେ। ତେବେ ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥା ବାରମ୍ବାର ହଇରାଣ କରିବାରୁ ସେମାନେ ଆତ୍ମହତ୍ୟା କରିଥିଲେ। ଏହି ଖବର ପରେ ତେଲେଙ୍ଗାନା ପୁଲିସ୍ ଆକ୍ସନ ମୋଡକୁ ଚାଲି ଆସିଥିଲା। ପୁଲିସ ହାଇଦ୍ରାବାଦ ସମେତ ହରିଆଣାର ଗୁରୁଗ୍ରାମର ଏକାଧିକ ସ୍ଥାନରେ ରେଡ୍ କରି ୧୬ ଜଣଙ୍କୁ ଗିରଫ କରିଥିଲା। ସେହିପରି ସାଇବରବାଦ ପୁଲିସ୍ ଆଉ ଏକ ତଦନ୍ତ କରି ୭ ଜଣଙ୍କୁ ବାନ୍ଧିଥିଲା।

ଆପ୍ ଜରିଆରେ ଋଣ ପ୍ରଦାନ କରି ଲୋକଙ୍କୁ ଠକୁ ଥିବା ସଂସ୍ଥାଗୁଡ଼ିକ ବିରୋଧରେ ଏକାଧିକ ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ।ଯାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୁଗଲ । ୧୦୦ ଟି ଆପ୍ କୁ ଆଜି ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଗୁଗଲ ପକ୍ଷରୁ କେତେ ସଂଖ୍ୟକ ଆପ୍ ଓ ସେଗୁଡ଼ିକ ନାଁ କ\'ଣ, ସେ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇନାହିଁ। କିନ୍ତୁ ଫିନଟେଚ୍ ବିଶେଷଜ୍ଞ ଶ୍ରୀକାନ୍ତ ଏଲ କହିଛନ୍ତି, ବିଗତ ୧୦ ଦିନ ମଧ୍ୟରେ ଗୁଗଲ ପ୍ରାୟ ୧୧୮ଟି ଋଣ ପ୍ରଦାନକାରୀ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। 

  • Tags:

Subscribe

National International State Sports Entertainment