ନୂଆଦିଲ୍ଲୀ: ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ପର୍ବର ପୂର୍ବ ସନ୍ଧ୍ୟାରେ ତୀର୍ଥଯାତ୍ରୀଙ୍କ ଏକ ଗ୍ରୁପର ଖୁସି ମଉଳି ଯାଇଛି । ସେମାନଙ୍କୁ ୱାଘା ବର୍ଡର ଅତିକ୍ରମ କରିବା ସତ୍ତ୍ୱେ ବି ଆଗକୁ ବଢିବାକୁ ଅନୁମତି ଦିଆଗଲା ନାହିଁ । ଶିଖ ଦଳ ସହ ପାକିସ୍ତାନରେ ପ୍ରବେଶ କରିଥିବା ହିନ୍ଦୁ ତୀର୍ଥଯାତ୍ରୀଙ୍କ ସମସ୍ତ କାଗଜପତ୍ରର ଔପଚାରିକ କାମ ପୂରା କରିବା ପରେ ବି ପାକିସ୍ତାନର ଅଧିକାରୀ ସେମାନଙ୍କୁ ଅଟକାଇ ଦେଲେ।
ଦ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ଦିଲ୍ଲୀ ଓ ଲଖନଉର ପରିବାର ସହିତ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଅପମାନିତ ହୋଇ ଫେରିବାକୁ ପଡିଛି । ପାକିସ୍ତାନୀ ଅଧିକାରୀ ଘୋଷଣା କରିଛନ୍ତି ଯେ, ନନକାନା ସାହିବରେ ପବିତ୍ର ସ୍ଥଳ ପାଇଁ ବସରେ କେବଳ ଶିଖ ଯାତ୍ରୀଙ୍କୁ ଅନୁମତି ଦିଆଯିବ । ଜଣେ ତୀର୍ଥ ଯାତ୍ରୀ କହିଛନ୍ତି, ଯେ, ଆମେ ହିନ୍ଦୁ ବୋଲି ଆମକୁ ଆଗକୁ ଯିବାକୁ ଅନୁମତି ଦିଆଗଲା ନାହିଁ ।
ପାକିସ୍ତାନୀ ଅଧିକାରୀ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ମୋଟ୍ ୨୧୦୦ରୁ ଅଧିକ ଭିସାକ ୁମଞ୍ଜୁରୀ ଦେଇଥିଲେ । ମାତ୍ର ଶିଖ ସଂପ୍ରଦାୟର କେବଳ ୧୭୯୬ ଜଣଙ୍କୁ ହିଁ ନନକାନା ସାହିବ ଯିବାକୁ ଅନୁମତି ଦିଆଗଲା । ଆଉ ପ୍ରାୟ ୩୦୦ ଜଣଙ୍କୁ ପ୍ରକ୍ରିୟାରେ କିଛି ତ୍ରୁଟି ଥିବା କହି ପ୍ରବେଶ ଅନୁମତି ଦିଆଗଲା ନାହିଁ । ହିନ୍ଦୁଙ୍କ କହିବା କଥା ଧାର୍ମିକ ଚିହ୍ନଟ କରାଯାଇ ସେମାନଙ୍କୁ ଶିଖ ଶ୍ରଦ୍ଧାଳୁଙ୍କଠୁ ଅଲଗା କରାଗଲା ଏବଂ ଆଗକୁ ଯିବାକୁ ରୋକି ଦିଆଗଲା ।
ସରକାରୀ ସୂତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କୁ ଅଟକାଗଲା ସେମାନଙ୍କ ମଧ୍ୟରୁ କିଛି ପାକିସ୍ତାନରେ ପୂର୍ବରୁ ରହି ସାରିଥିଲେ । ପରେ ସେମାନଙ୍କୁ ଭାରତୀୟ ନାଗରିକତା ମିଳିଥିଲା । ସେମାନେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ନୁହେଁ ବରଂ ନିଜର ପରିଚିତଙ୍କୁ ଭେଟିବା ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିଲେ । ସରକାରୀ ସୂତ୍ର ମୁତାବକ ପ୍ରବେଶ ପାଇଁ ମନା କରିବାର ନିର୍ଣ୍ଣୟ ପାକିସ୍ତାନର ସାର୍ବଭୌମତ୍ୱ ଅଧିକାର କ୍ଷେତ୍ରରେ ଆସୁଛି । ତେଣୁ ଭାରତ ଏହି ସମ୍ବନ୍ଧରେ କୌଣସି ଆପତ୍ତି କରି ପାରିବ ନାହିଁ ।
Also read: ଅଷ୍ଟମ ବେତନ ଆୟୋଗରେ ସମାପ୍ତ ହେବ ଏହି ଭତ୍ତା, ଡବଲ ହେବ ପେନସନ ! କଣ ରହିଛି ସରକାରଙ୍କ ଯୋଜନା