ଚାଲିଛି ଛଟେଇ ପର୍ବ,ଟୁଇଟର ପରେ ଜୋମାଟୋରୁ ଛଟେଇ ହେବେ ୪ ପ୍ରତିଶତ କର୍ମଚାରୀ ନୂଆଦିଲ୍ଲୀ, ନଭେମ୍ବର 20(ଖବର ଓଡ଼ିଶା) Share story: ଅଧିକ କ୍ଷତିରେ ଚାଲିଛି ଜୋମାଟୋ । ଖର୍ଚ୍ଚ କମାଇବାକୁ ଜୋମାଟୋରୁ ଛଟେଇ ହେବେ ୪ ପ୍ରତିଶତ କର୍ମଚାରୀ ।କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ବାହାର କରାଯାଉଛି । ଜୋମାଟୋ ଅଧିକ ଲାଭ ଓ ବିନିଯୋଗ କମ୍ ଲକ୍ଷରେ ଛଟେଇ କରୁଥିବା ସୂଚନା ମିଳିଛି । ପ୍ରଥମେ ଟୁଇଟର, ମେଟା, ମାଇକ୍ରୋସଫ୍ଟ ଓ ଆମାଜନ ପରେ ଏବେ ଜୋମାଟୋ କରିବ ଛଟେଇ । ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଆଗୁଆ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛି ଏହି ଷ୍ଟାଟଅପ୍ । ଆଗାମୀ ଦିନରେ କମ୍ପାନୀ ତାର ମୋଟ କର୍ମଚାରୀର ୪ ପ୍ରତିଶତ ଛଟେଇ କରିବାକୁ ଯୋଜନା ରଖିଛି । ଜୋମାଟୋରେ ମୋଟ୍ ୩ ହଜାର ୮ ଶହ କର୍ମଚାରୀ ରହିଥିବା ବେଲେ ୪ ପ୍ରତିଶତ କର୍ମଚାରୀ ହେଲେ ୪ ଶହରୁ ଅଧିକ କର୍ମଚାରୀଙ୍କୁ ବିଦା କରିବ କମ୍ପାନୀ । ଖବର ଓଡ଼ିଶା, Reporter, 20/11/2022