ଚଳିତ ବର୍ଷ ଜାନୁଆରୀ ୨୨ରେ ଅଯୋଧ୍ୟା ନଗରୀରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରାମଲାଲାଙ୍କ ମନ୍ଦିର। ଏଥି ପାଇଁ ଏବେ ସାରା ଉତ୍ତର ପ୍ରଦେଶ ଚଳ ଚଂଚଳ। ପ୍ରାଣ ପ୍ରତିଷ୍ଠା ହେବା ଆଗରୁ ଯୋଗୀ ଅଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି। ଏହି ମନ୍ଦିରର ସୁରକ୍ଷା ଜିମା ୟୁପି ସରକାର ନିଜ ହାତକୁ ନେଇଥିବା ବେଳେ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କର ଯାଇଛି।
୭୦.୫ ଏକର ପରିବେଷ୍ଟିତ ଜମିରେ ନିର୍ମିତ୍ତ ରାମଲାଲାଙ୍କ ଏହି ଭବ୍ୟ ମନ୍ଦିରର ଗଠନ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ସର୍ବମୋଟ ୪୪ଟି ଦ୍ୱାର ଓ ୧୮ଟି କବାଟ ରହିଛି। ତନ୍ମଧ୍ୟରୁ ୧୪ଟି କବାଟ ସ୍ବର୍ଣ୍ଣଖଚିତ। ଏହି ସ୍ଵର୍ଣ୍ଣଖଚିତ କବାଟ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧ। ଲାଗିବ ବୋଲି ନିର୍ମାଣ କାର୍ଯ୍ୟର ବିଭାଗୀୟ କର୍ମଚାରୀ ପ୍ରକାଶ ଗୁପ୍ତା ସୂଚନା ଦେଇଛନ୍ତି। କବାଟରେ ଲାଗିଥିବା ସମସ୍ତ ସୁନା ଭକ୍ତ ମାନଙ୍କ ଦ୍ୱାରା ଦାନ କରାଯାଇଥିବା ମନ୍ଦିର ଟ୍ରଷ୍ଟର ମେମ୍ବର ଅମିତ ମିଶ୍ର କହିଛନ୍ତି। ଗାଜିଆବାଦର ଏକ ଗହଣା ଫାର୍ମ ଏହାକୁ ତିଆରି କରିବାର ଦାୟିତ୍ୱ ନେଇଛନ୍ତି। ମନ୍ଦିରର ଡିଜାଇନ ଓ ନିର୍ମାଣ ସହ ଜଡିତ ଥିବା ଇଞ୍ଜିନିଅର ମାନଙ୍କ କହିବା ଅନୁସାରେ ପ୍ରଥମ ମହଲାରେ ଲାଗିଥିବା କବାଟ ହାଇଦ୍ରାବାଦର ଏକ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିବାବେଳେ ଏହା ଶାଗୁଆନ କାଠରେ ନିର୍ମିତ ହୋଇଛି। ରାମ ମନ୍ଦିର ନିକଟକୁ ପହଂଚିବା ପାଇଁ ୩ଟି ମୁଖ୍ୟ ପଥ ନିର୍ମାଣ କରାଯାଇଛି। ସେଗୁଡିକ ହେଲା ରାମ ଜନ୍ମଭୂମି ପଥ, ଭକ୍ତି ପଥ, ରାମ ପଥ। କିନ୍ତୁ ଗୋଟିଏ ପଥ ଦେଇ ସମସ୍ତ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବେ। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରହି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୁଗ୍ରୀବ ଦୁର୍ଗର ଗେଟରେ ଥିବା ଦ୍ଵିତୀୟ ଦ୍ୱାରରେ ଏକ ସୁବିଧା କେନ୍ଦ୍ର ଗଠନ କରାଯାଉଛି।
ଏହି ମନ୍ଦିର ସହ ଜଡିତ ଥିବା ଇଞ୍ଜିନିଅରଙ୍କ କହିବା ଅନୁଯାୟୀ ରାମ ମନ୍ଦିରକୁ ପ୍ରବେଶ କରିବକୁ ହେଲେ ସମସ୍ତ ଭକ୍ତଙ୍କୁ ସୁଗ୍ରୀବ ଦୁର୍ଗ ଦେଇ ଯିବାକୁ ହେବ। ବିର୍ଲା ଧର୍ମଶାଳା ନିକଟରେ ଏହି ପ୍ରବେଶ ପଥ ନିର୍ମାଣ କରା ଯାଉଛି। ସନାତନ ଧର୍ମର ପରମ୍ପରା ଅନୁଯାୟୀ ମନ୍ଦିରର ପ୍ରବେଶ ପଥ ମନ୍ଦିରର ଅନତିଦୂରରେ ନିର୍ମାଣ କରାଯାଉଥିବାରୁ ଏହି ଭବ୍ୟ ମନ୍ଦିରର ଜନ୍ମଭୁମିଠାରୁ ୬୦୦ମିଟର ଦୂରରେ ୩୫ଫୁଟର ଦୁଇଟି ପ୍ରବେଶ ପଥ ନିର୍ମିତ ହୋଇଛି। ଏହି ପ୍ରବେଶ ପଥ ଦେଇ ଭିତରକୁ ଆସିବା ପରେ ପାଦଚଲା ରାସ୍ତା ସହ ୭୫ଫୁଟ ଚୌଡା ବିଶିଷ୍ଟ ରାସ୍ତା ତିଆରି କରା ଯାଇଛି। ଏହି ପଥ ସ୍ୟାଣ୍ଡଷ୍ଟୋନରେ ନିର୍ମିତ ହୋଇଥିବା ବେଳେ ଏଥିରେ ୯ଟି କ୍ୟାନୋପି ନିର୍ମାଣ କରାଯାଇଛି। ଏହାପରେ ବାମ ପାର୍ଶ୍ବରେ ୧୬ଟି କାଉଣ୍ଟର ସହିତ ବ୍ୟାଗ ସ୍କାନର ରଖାଯିବାର ସୁବିଧା କରା ଯାଇଛି। ଏଠାରୁ ଭକ୍ତ ମାନେ ସୁବିଧା କେନ୍ଦ୍ର ଆଗକୁ ଯାଇ ବ୍ୟାଗେଜ କାଉଣ୍ଟର ପାଖରୁ ଆସି ଅମାୱା ମନ୍ଦିର ପଛ ପଟେ ପହଂଚି ସେଠାରୁ ବାହାରିବା ପରେ ରାମଲାଲଂକ ଦର୍ଶନ ପାଇବେ।
ଅଧିକ ପଢନ୍ତୁ : ଅ।ଦାନୀ-ହିଣ୍ଡେନବର୍ଗ ମାମଲାର ରାୟ ପ୍ରକାଶ କଲେ ସୁପ୍ରିମ କୋର୍ଟ