ବିଜେପିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ଖେଡ଼ା। ବିଜେପି କାର୍ଯ୍ୟାଳୟରେ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରାଧିକା ଖେଡ଼ା। ସେ ବିଜେପିରେ ଯୋଗ ଦେବା ପରେ ସମସ୍ତ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ଯୋଗ ଦେବା ପରେ ସେ ପାର୍ଟିକୁ ଧନ୍ୟବାଦ ଜଣାଇବା ସହିତ ସମସ୍ତ କର୍ମକର୍ତ୍ତାଙ୍କ ସମର୍ଥନକୁ ଓ ସହଯୋଗ କାମନା କରିଛନ୍ତି।
ସୂଚନା ମୁତାବକ, କଂଗ୍ରେସରେ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ ରାଧିକା ଖେଡ଼ା। କାରଣ କଂଗ୍ରେସରୁ ତାଙ୍କୁ ଟିକେଟ ନ ମିଳିବା ସହ ତାଙ୍କୁ କଂଗ୍ରେସ ଦଳ ପକ୍ଷରୁ ଅସମ୍ମାନିତ କରାଯାଉଛି। ଏନେଇ ସେ ବରିଷ୍ଠ କର୍ମୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ପାଇଁ ସେ ଖୁବ ଅସନ୍ତୋଷ ହେବା ସହ ଦଳରୁ ଇସ୍ତଫା ଦେଇଥିଲେ। ତେବେ ରାଧିକା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହୁଥର ଅସମ୍ମାନିତ ହେବାକୁ ପଡିଥିଲା। ହେଲେ ଆଜି ସେ ବିଜେପିରେ ସାମିଲ ହୋଇଇଛନ୍ତି। ଯୋଗ ଦେବା ପରେ ସେ ପାର୍ଟିକୁ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ସେ ଦଳ ତଥା ଲୋକଙ୍କର ସେବା କରିବାରେ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ଖୁବ ଖୁସି ଥିବା କହିଥିଲେ।