ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଉପଭୋକ୍ତାଙ୍କ ଦାବି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରେଡିଟରେ ଜଣେ ୟୁଜର୍ସ ଦାବି କରିଛନ୍ତି ଯେ ତାଙ୍କ ପଡ଼ୋଶୀର ଏକ ଛୋଟ ଦୋକାନଟି ଗୋଟିଏ ବର୍ଷରେ ୭୦ ଲକ୍ଷ ଟଙ୍କା ଲାଭ କରିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ସବରେଡିଟରେ ସେୟାର କରାଯାଇଥିବା ଏହି ପୋଷ୍ଟଟି ଦ୍ରୁତ ଗତିରେ ଭାଇରାଲ ହେଉଛି। ଲୋକମାନେ ମଧ୍ୟ ଏହି ପୋଷ୍ଟ ଦେଖି କମେଣ୍ଟ ଦେଉଛନ୍ତି ।
ଏହି ପୋଷ୍ଟ ସୋସିଆଲ ମିଡିଆରେ ହଇଚୟୀ ସୃଷ୍ଟି କରିଦେଲାଣି। ଜଣେ ୟୁଜର ଲେଖିଛନ୍ତି, ''ଏହା ଆଦୌ ସମ୍ଭବ ନୁହଁ ବିକ୍ରୟ ପରିମାଣ ୭୦ ଲକ୍ଷ ହୋଇନଥିବ।'' ଆଉ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ''ଭାଇ, ମୋର ନିଜସ୍ୱ ଦୋକାନ ଅଛି ମୁଁ ଏହି ଜିନିଷଗୁଡ଼ିକ ବିଷୟରେ ଅବଗତ ୩୦ ମାସରେ ୬୦ ଲକ୍ଷ ଟଙ୍କା ଲାଭ ହେବା ଏହା ସମ୍ଭବ। କିନ୍ତୁ ଏକ ଛୋଟ ଦୋକାନରୁ ବାର୍ଷିକ ୭୦ ଲକ୍ଷ ଲାଭ ଏହା ସମ୍ଭବ ନୁହେଁ।"
ଏହାକୁ ସମର୍ଥନ କରି ଅନେକ ଲୋକ କମେଣ୍ଟ କରିଥିଲେ । ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏହା ସମ୍ଭବ କାରଣ ମୁଁ ଗୋଟେ କିରାଣୀ ଦୋକାନ ମାଲିକ ମୋର ଏକ ବର୍ଷର କାରବାର ପ୍ରାୟ ୫ କୋଟି।" ଅନ୍ୟ ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, "ମୋ ଘର ପାଖରେ ଥିବା ଏକ କିରାଣୀ ଦୋକାନ ୫୦ ଲକ୍ଷ ଟଙ୍କା ରୋଜଗାର କରିଛି। ଦୋକାନଟି ସକାଳ ୧୦ଟାରେ ଖୋଲିଥାଏ ଏବଂ ରାତି ୧୨ଟାରେ ବନ୍ଦ ହୁଏ।"
ଜଣେ ବ୍ୟବହାରକାରୀ ଏହା ମଧ୍ୟ କହିଛନ୍ତି, "ଫଟୋ କପି ଦୋକାନ ମଧ୍ୟ ବହୁତ ରୋଜଗାର କରିପାରିବ। ବିଶେଷକରି ଯଦି ସେଗୁଡ଼ିକ ସରକାରୀ କୋଠା ନିକଟରେ ଅବସ୍ଥିତ ଥିବ ତାହାଲେ।"