ଗୁରୁବାର ରାଷ୍ଟ୍ରପତି ଭାବନରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଆ ମଧ୍ୟ ଅଛନ୍ତି । କଳାକ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ବିନୋଦ ମହାରଣାଙ୍କ ସହିତ ବିଶିଷ୍ଟ ନୃତ୍ୟଶିଳ୍ପୀ ପାଇଁ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ପଦ୍ମ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିଥିଲେ । ଧୀରେ ଧୀରେ ପାରମ୍ପରିକ ପଟ୍ଟଚିତ୍ର ଲୋପ ପାଇବାକୁ ବସିଲାଣି ସେହି ପଟ୍ଟଚିତ୍ରକୁ ପୁନଃ ଜୀବିତ କରିବା ପାଇଁ ଆଜିର ଯୁବପିଢିଙ୍କୁ ଶିକ୍ଷା ଦେଉଛନ୍ତି ବିନୋଦ ମହାରଣା । ସେହିଭଳି ନୃତ୍ୟ ଆମ ସଂସ୍କୃତିର ପରିଚୟ ଦିଏ ଭାଗବତ ପ୍ରଧାନ ଜଣେ ବିଶିଷ୍ଟ ନୃତ୍ୟଶିଳ୍ପୀ ହୋଇଥିବାରୁ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି ।