ପଦ୍ମ ଧରିଲେ ଲୋକପ୍ରିୟ ଅଭିନେତା ଶେଖର ସୁମନ। ଅଭିନୟ ଦୁନିଆରେ ଦର୍ଶକଙ୍କ ହୃଦୟରେ ଜାଗା କରିଥିବା ସୁମନ ଆଜି ରାଜନୀତିରେ ପାଦ ରଖିଛନ୍ତି। ତେବେ ଅଭିନେତା ଶେଖର ସୁମନ ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ସମସ୍ତ ବିଜେପି କର୍ମୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେପିରେ ଯୋଗ ଦେବା ପରେ ସମସ୍ତ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି।
ବିଜେପିରେ ଯୋଗ ଦେବା ପରେ ଶେଖର ସୁମନ କହିଛନ୍ତି ଯେ "ମୁଁ ଏହି ପଦକ୍ଷେପ ନେବି ବୋଲି ଗତକାଲି ପର୍ଯ୍ୟନ୍ତ ଜାଣିନଥିଲି। ଭଗବାନଙ୍କୁ ଧନ୍ୟବାଦ ସେ ମୋତେ ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।" ତେବେ ଅଭିନେତା ଭାବରେ ଯେପରି ସେ ଲୋକଙ୍କ ହୃଦୟରେ ଯାଗା କରିଛନ୍ତି ସେହିଭଳି ରାଜନୀତି କରି ଲୋକଙ୍କର ସେବା କରିବେ ବୋଲି କହିଛନ୍ତି ଭିନେତା ଶେଖର ସୁମନ। ଅଭିନୟ ଠାରୁ ରାଜନୀତି ସମ୍ପୂର୍ଣ ଅଲଗା ହୋଇଥିଲେ ମଧ୍ୟ ସେ ଟଙ୍କାର ବେଷ୍ଟ ଦେବାକୁ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି।