ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ପତ୍ତନ ହେଉ, ଏହା ଚାହୁଁନାହିଁ ବିଜେପି: ଶିବରାଜ
Khabar Odisha:Politics-Not-interested-in-bringing-down-mp-government-says-Shivraj-Singh-Chouhan

ଭୋପାଳ, ମଇ ୨୬ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣ ଶନିବାର କହିଛନ୍ତି, କମଲନାଥଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ସରକାରର ପତ୍ତନ ଘଟୁ ଏହା ବିଜେପି ଚାହୁଁନାହିଁ । ମାତ୍ର ଯଦି ସେ ନିଜେ ନିଜେ ପତ୍ତନ ହେବ, ତା’ ହେଲେ କ’ଣ କରାଯାଇ ପାରିବ । 

ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ଦ୍ୱାରା ଆଗାମୀ ସରକାର ଗଢ଼ିବା ସଂପର୍କରେ ଗଣମାଧ୍ୟମର ପ୍ରଶ୍ନରେ ଚୌହାନ କହିଛନ୍ତି, ଆମେ ଏହା କରିବାକୁ ଚାହୁଁନାହୁଁ, କିନ୍ତୁ କଂଗ୍ରେସର ଅର୍ନ୍ତଃବିରୋଧୀ ଏବଂ ଯେଉଁମାନେ ସମର୍ଥନ ଦେଇଛନ୍ତି, ସେମାନଙ୍କର କିଛି କାରଣରୁ କିଛି ବି ହୋଇପାରେ ।

ଶିବରାଜ କହିଛନ୍ତି, ନିକଟରେ ଲୋକସଭା ନିର୍ବାଚନ ସମୟରେ ଟିକେଟ ଆବଣ୍ଟନ ପରେ ଗୁନା ଲୋକସଭା ଆସନର ବହୁଜନ ସମାଜ ପାର୍ଟି ପ୍ରାର୍ଥୀ (ଲୋକେନ୍ଦ୍ର ସିଂହ) କଂଗ୍ରେସରେ ସାମିଲ ହୋଇଯାଇଥିଲେ । ଏହା ପରେ ମାୟାବତୀଙ୍କ ଦୃଷ୍ଟି ବକ୍ର ହୋଇଯାଇଛି । ଏହି ଘଟଣା ପରେ ମାୟାବତୀ ମଧ୍ୟପ୍ରଦେଶ ସରକାରଙ୍କ ଠାରୁ ନିଜର ସମର୍ଥନ ଫେରାଇ ନେବାକୁ ଧମକ ଦେଇଥିଲେ ।  

ସୂଚନାଯୋଗ୍ୟ ମଧ୍ୟପ୍ରଦେଶ ବିଧାନସଭାର ୨୩୦ ଆସନ ପାଇଁ ଗତ ବର୍ଷ ନିର୍ବାଚନରେ କୌଣସି ପାର୍ଟିକୁ ବହୁମତ ମିଳି ନାହିଁ । କଂଗ୍ରେସ ୧୧୪ ଆସନ ସହିତ ବଡ଼ ପାର୍ଟି ହୋଇଥିଲା । ବହୁଜନ ସମାଜ ପାର୍ଟିର ୨ ଜଣ, ସମାଜବାଦୀ ପାର୍ଟିର ଜଣେ ଓ ୪ ଜଣ ସ୍ୱାଧୀନ ପାର୍ଟି ବିଧାୟକଙ୍କ ସମର୍ଥନରେ କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢ଼ିଛି । ବିଜେପିକୁ ୧୦୯ ଆସନ ମିଳିଛି । 

 

 

  • Tags:

Subscribe

National International State Sports Entertainment