ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସମାରୋହରେ ଅଭିନେତା କୋନିଡେଲା ଚିରଞ୍ଜିବୀ ଓ ବିଗତ ଦିନର ଅଭିନେତ୍ରୀ ବୈଜୟନ୍ତୀ ମାଳାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଏଥିସହ ଭାରତର ପ୍ରଥମ ମହିଳା ବିଚାରପତି ଏମ୍ ଫାତିମା ବିବିଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ମିଡିଆ ବ୍ୟକ୍ତିତ୍ଵ ହୋମୁଁ ସଜୀ ଏମ୍, ହୃଦରୋଗ ବିଶେଷଜ୍ଞ ଡକ୍ଟର ଅଶ୍ୱିନ ବାଲଚନ୍ଦ ମେହଟ୍ଟା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଛି। ସେହିଭଳି ଆଣ୍ଡାମାନ ଓ ନିକୋବରର ଚାଷୀ କେ, ଚେଲାମଲ୍ଲ, କ୍ରୀଡାବିତ୍ ଜ୍ୟୋତ୍ସ୍ନା ଚିନ୍ନପା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ସୋମଦତ୍ତ ବଟ୍ଟୁ, କୃଷି କ୍ଷେତ୍ରରେ ସତ୍ୟନାରାୟଣ ବେଲରି ଏବଂ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୋର୍ଡାନ ଲେପ୍ଚାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି । ଗତ ଏପ୍ରିଲ ୨୨ରେ ରାଷ୍ଟ୍ରପତି ୩ ପଦ୍ମବିଭୂଷଣ, ୮ ପଦ୍ମଭୂଷଣ ଏବଂ ୫୫ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୧୦ ଜଣଙ୍କୁ ପଦ୍ମଶ୍ରୀ ଘୋଷଣା କରାଯାଇଥିଲା।
ଅଧିକା ପଢନ୍ତୁ:ବରକୁ ଗୁଳି କଲା ସମ୍ପର୍କୀୟ ଭାଇ