ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଆଜି ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁର ସମସ୍ତ ଆସନରେ ଏହି ମତଦାନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଜ୍ୟର ମତଦାତାଙ୍କୁ ଉତ୍ସାହିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ କହିଛନ୍ତି, ମୁଁ ସମସ୍ତ ନାଗରିକଙ୍କୁ ପୂର୍ଣ୍ଣ ଶକ୍ତି ସହିତ ଗଣତନ୍ତ୍ରର ଏହି ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି। ମୁଁ ବିଶେଷକରି ମୋର ଯୁବ ବନ୍ଧୁ ଏବଂ ପଶ୍ଚିମବଙ୍ଗର ମହିଳାମାନଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରୁଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯେତେବେଳେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଭୋଟ ଦେଉଛି, ମୁଁ ସମସ୍ତ ଭୋଟରଙ୍କୁ ଗଣତନ୍ତ୍ରର ଏହି ପବିତ୍ର ଦାୟିତ୍ୱରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଆହ୍ୱାନ କରୁଛି। ମୁଁ ବିଶେଷକରି ତାମିଲନାଡୁର ଯୁବପିଢ଼ି ଏବଂ ମହିଳାମାନଙ୍କୁ ବାହାରକୁ ଆସି ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି।
ଯେତେବେଳେ ତାମିଲନାଡୁର ଲୋକମାନେ ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ପ୍ରସ୍ତୁତ ହେଉଛନ୍ତି, ମୁଁ ସମସ୍ତ ଭୋଟରଙ୍କୁ ଏହି ପବିତ୍ର ଗଣତାନ୍ତ୍ରିକ ଦାୟିତ୍ୱକୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରିବାକୁ ଅନୁରୋଧ କରୁଛି। ବିଶେଷକରି, ମୁଁ ତାମିଲନାଡୁର ଯୁବପିଢ଼ି ଏବଂ ମହିଳାମାନଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଏବଂ ରେକର୍ଡ ଭୋଟ ପାଇଁ ପଥ ପ୍ରସ୍ତୁତ କରିବାକୁ ଆହ୍ୱାନ କରୁଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯାଉଛି। ତାମିଲନାଡୁର ସମସ୍ତ ୨୩୪ ଆସନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗର ୧୫୨ ଆସନରେ ମଧ୍ୟ ମତଦାନ ଜାରି ରହିଛି। ଉଭୟ ରାଜ୍ୟରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କର ଭିଡ଼ ଆରମ୍ଭ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ବିଧାନସଭା ନିର୍ବାଚନ: ତାମିଲନାଡୁ, ପଶ୍ଚିମବଙ୍ଗରେ ଆରମ୍ଭ ହେଲା ମତଦାନ