ମୁମ୍ବାଇ: କଂଗ୍ରେସ ଜାଣିଛି ଯେ, ବିକାଶରେ ମୋଦୀଙ୍କ ମୁକାବିଲା କରିପାରିବ ନାହିଁ । ଏଥି ପାଇଁ ନିର୍ବାଚନରେ ମିଛ କାରଖାନା ଖୋଲି ବସିଛି । ମିଛ କହି ଭୋଟ୍ ନେବାକୁ ଚାହୁଁଛି । କେବେ ସଂରକ୍ଷଣକୁ ନେଇ ମିଛି, କେବେ ସମ୍ବିଧାନକୁ ନେଇ ମିଛ କହୁଛି । କୌଣସି ଗରିବ ଅପପୁଷ୍ଟିର ଶିକାର ନହେଉ, ଏଥି ପାଇଁ ଆମେ ଚିନ୍ତା କରୁଛୁ । ଆଜି ନନ୍ଦୁରବାର ୧୨ ଲକ୍ଷ ଲୋକଙ୍କୁ ମାଗଣାରେ ରାସନ ମିଳୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବାରରେ ରାଲିକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଅନୁସୂଚିତ ଜାତି-ଅନୁସୂଚିତ ଜନଜାତି-ଅନ୍ୟାନ୍ୟ ପଛୁଆ ବର୍ଗର ସଂରକ୍ଷଣ କୌଣସି ଧର୍ମକ ଦେବି ନାହିଁ । ସେ କହିଛନ୍ତି, ଦାୟିତ୍ୱର ସହିତ କହିବାକୁ ଚାହୁଛି, ସମାଜରେ ଯେଉଁମାନେ ଅବହେଳିତ, ମୋଦୀ ସେମାନଙ୍କର ଚୌକିଦାର ।
ଧର୍ମ ଆଧାରରେ ସଂରକ୍ଷଣ ବାବା ସାହେବ ଓ ସମ୍ବିଧାନର ଭାବନା ବିରୋଧରେ । କିନ୍ତୁ ଦଳିତ, ପଛୁଆ ବର୍ଗ, ଆଦିବାସୀଙ୍କ ସଂରକ୍ଷଣ ନେଇ ନିଜର ଭୋଟ୍ ବ୍ୟାଙ୍କକୁ ଦେବା କଂଗ୍ରେସର ଏଜେଣ୍ଡା ।