ଭୟ ବଢାଉଛି ବିଦେଶୀ ଷ୍ଟ୍ରେନ୍‌
Khabar Odisha:New-Corona-Strain-Raises-In-India

ଭୁବନେଶ୍ୱର, ଫେବୃଆରୀ ୨୫ (ଖବର ଓଡ଼ିଶା): ଦେଶରେ ବର୍ତମାନ ପୁଣି କରୋନା ପାଇଁ ସେହି କୋକୁଆ ଭୟ ଦେଖା ଦେବା ଆରମ୍ଭ କଲାଣି । ବିଦେଶୀ ଷ୍ଟ୍ରେନ୍ ପାଇଁ ଚିନ୍ତା ପ୍ରକଟ କଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ । କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଷ୍ଟ୍ରେନ୍ ଠାରୁ ଅଧିକ ପ୍ରଭାବଶାଳୀ ଓ ସଂକ୍ରାମକ ବୋଲି ଜଣାପଡିବା ପରେ କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଅନେକ ରାଜ୍ୟ ଏବେ ଠାରୁ ସତକର୍ତା ମୂଳକ ପଦକ୍ଷପ ନେଲେଣି ।

ଅନ୍ୟପଟେ ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଦେଶରେ ଏହାକୁ ନେଇ ଚିନ୍ତା ବଢିଛି । ବର୍ତମାନ ମହାରାଷ୍ଟ୍ର ପରେ କେରଳ ଓ ତେଲେଙ୍ଗାନାରେ ବି କରୋନାର ଏହି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇ ସାରିଛି । ଏହି ଦୁଇଟି ନୂଆ ଷ୍ଟ୍ରେନ୍ ଘ୪୪୦କ, ଋ୪୮୪ଛ ବୋଲି ଜଣାପଡିଛି । ଏବଂ ଏହି ନିୟୁ ଷ୍ଟ୍ରେନ୍ ସାଧାରଣ କରୋନା ଠାରୁ ଅଧିକ ମାରାତ୍ମକ ବୋଲି ଗବେଷକ ମାନେ ମତ ରଖିଛନ୍ତି ।

ତେବେ କେବଳ ଏହି ଦୁଇଟି ଭ୍ୟାରିଏଣ୍ଟ ନୁହେଁ ଏବେ ଦେଶରେ ବହୁ ପ୍ରକାରର ବିଦେଶୀ ଷ୍ଟ୍ରେନ୍ ଦେଖାଦେଉଛି ବୋଲି ଭାରତର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ସତର୍କ କରାଇଦେଇଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର ବି ଚିନ୍ତା ପ୍ରକଟ କରିଛନ୍ତି ।

କିଛି ଦିନ ପୂର୍ବରୁ ବିଟ୍ରେନ୍ ଷ୍ଟ୍ରେନ୍ କୁ ନେଇ ସାମନ ଚିନ୍ତା ରହିଥିଲା । ମାତ୍ର ଏବେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ୍ ର ପ୍ରବେଶ ପରେ ଏହି ଚିନ୍ତା ଦ୍ୱିଗୁଣିତ ହୋଇଛି । ଆଫ୍ରିକୀୟ ଷ୍ଟ୍ରେନ୍ କୁ ଅଧିକ ମାରାତ୍ମକ କୁହାଯାଉଥିବା ବେଳେ ବ୍ରାଜିଲ୍ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ବୋଲି ଜଣାପଡିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାଇ ଯେତେବେଳେ କୌଣସି ଭାଇରସ୍ ମ୍ୟୁଟେଟ୍ ହୋଇ ନୂଆ ରୂପ ଧାରଣ କରେ ସେତେବେଳେ ତାର ଫାର୍ଟାଲିଟି ମଧ୍ୟ ବଢିଥାଏ ଯାହା ଅଧିକ ମାତ୍ରାରେ ସଂକ୍ରମିତ ହୋଇଥାଏ । ଯାହା ଏବେ କରୋନା କ୍ଷେତ୍ରରେ ଦେଖାଦେଉଛି ।

ମହାରାଷ୍ଟ୍ରରେ ଏହି ନିୟ୍ୟୁ କରୋନା ଷ୍ଟ୍ରେନ୍ ରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାକୁ ବି ଘାରିଛି ନୂଆ କରୋନା ୍େ‌ଟ୍ରନ୍ ର ଭୟ । ଯାହାକୁ ନେଇ ଆଜି ଠାରୁ ବିଏମସି ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରେ ଟେଷ୍ଟିଂ ପଏଣ୍ଟ କରାଯାଇ ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କ ସ୍କ୍ରିନିଂ କରାଯାଉଛି ।

  • Tags:

Subscribe

National International State Sports Entertainment