ଥରିବ ଚୀନ, ସୀମାରେ T-90 ଭୀଷ୍ମ ଟ୍ୟାଙ୍କ୍ ମୁତୟନ କଲା ଭାରତ
Khabar Odisha:National-India-deployes-T90-bhisma-tank-in-LAC
ନୂଆଦିଲ୍ଲୀ, ଜୁନ 30 (ଖବର ଓଡ଼ିଶା):

 ଭାରତ ଓ ଚୀନ୍ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଥମିବାର ନାଁ ନେଉନାହିଁ । ଲଦାଖ୍ ବାସ୍ତବିକ୍ ନିୟନ୍ତ୍ରଣ ରେଖରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଭାରତ ମଧ୍ୟ ଚୀନ୍ କୁ କଡ଼ା ଜବାବ୍ ଦେବା ପାଇଁ ସେନା ପକ୍ଷରୁ 6 ଟି ଭୀଷ୍ମ ତୋପ  ଫାୟରିଂ ଟ୍ୟାଙ୍କ ଏବଂ ଟପ୍ ଅଫ୍ ଦ ସ୍ଲୋଡ଼ର ଫାୟର ଟ୍ୟାଙ୍କ ବିରୋଧୀ ମିଶାଇଲ ସିଷ୍ଟମ୍ ଗଲୱାନ୍ ଘାଟିରେ ମୁତୟନ କରିଛି। 

ମେ ମାସରୁ ଲଦାଖ୍ ସୀମା ବାସ୍ତବିକ୍ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ୍ ବିବାଦ ସମାଧାନ ପାଇଁ ଦୁଇ ଦେଶ  ଆଜି ବୈଠକ କରିବେ। ଦୁଇ ପକ୍ଷ ମଧ୍ୟରେ ତିକ୍ତତା କମ୍ କରିବାକୁ ଆଲୋଚନା କରାଯିବ।  ସୀମାରେ ଚୀନ୍ ନିଜର ସୈନ୍ୟ ଓ ଯୁଦ୍ଧ ସାମଗ୍ରୀ ଶକ୍ତି ବୃଦ୍ଧି କରୁଥିବା ଜଣାପଡିଛି । ଚୀନ୍ ର ପିପୁଲ ଲିବେରେସନ ଆର୍ମି ଦ୍ଵାରା ନିଜ ସ୍ଥିତି ମଜବୁତ୍ କରିବା ପାଇଁ ଟେଣ୍ଟ ଲଗାଯିବା ଓ ଜିନିଷ ଠୁଳ କରାଯାଉଛି ।ଏହା ଜଣାପଡ଼ିବା ପରେ ଭାରତ ମଧ୍ୟ ଭୀଷ୍ମ ଟ୍ୟାଙ୍କ ସୀମାରେ ମହଜୁଦ କରିଛି ।

ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ହେଉଥିବା ବେଳେ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି ।  ଯଦି ଭାରତ ଉପରେ କୌଣସି ବି କ୍ଷତି କରିବାକୁ ଚୀନ୍ ଚେଷ୍ଟା କରିବ ତେବେ ଏହାର କଡ଼ା ଜବାବ୍ ଦେବ ଭାରତ ।

  • Tags:

Subscribe

National International State Sports Entertainment