ୱାଶିଂଟନ୍, ଡିସେମ୍ବର ୦୩ (ଖବର ଓଡ଼ିଶା): ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଭାରତୀୟ-ଆମେରିକୀୟ ଗୀତା ଗୋପିନାଥଙ୍କୁ ପଦୋନ୍ନତି ମିଳିଛି। ଗୀତାଙ୍କୁ ଆଏଏମ୍ଏଫ୍ର ପ୍ରଥମ ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ପଦରେ ଅବସ୍ଥାପିତ କରାଯାଇଥିବା ନେଇ ଗୁରୁବାର ଘୋଷଣା କରାଯାଇଛି।
ଜିଓଫେରୀ ଓକାମୋଟାଙ୍କ ସ୍ଥାନରେ ଗୀତାଙ୍କୁ ଆଇଏମ୍ଏଫ୍ରେ ଦାୟିତ୍ବ ମିଳଛି। ସୂଚନାଯୋଗ୍ୟ, ଗୀତା ଗୋପିନାଥ ୨୦୨୨ ଜାନୁଆରିରେ ହାର୍ଭାଡ ବିଶ୍ବବିଦ୍ୟାଳୟ ଫେରିବାକୁ ଯୋଜନା କରିଥିଲେ। ସେ ୩ ବର୍ଷ ହେବ ଆଇଏମ୍ଏଫ୍ ସହିତ ଜଡ଼ିତ ଅଛନ୍ତି।
ଆଇଏମ୍ଏଫ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭିଆ କହିଛନ୍ତି, ଉଭୟ ଜିଓଫେରୀ ଓ ଗୀତା ଭଲ କର୍ମଚାରୀ। ଜିଓଫେରୀ ଯାଉଛନ୍ତି। ଏଥି ପାଇଁ ମୁଁ ଦୁଃଖିତ। କିନ୍ତୁ ଖୁସିର କଥା ଯେ, ଗୀତା ଏଠାରେ ତାଙ୍କର ସେବାକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନୂତନ ଦାୟିତ୍ବ ନେବାକୁ ପ୍ରସ୍ତୁତ ଅଛନ୍ତି।