ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନ, ଜିଦ୍‌ରେ ଅଟଳ ରହିଛନ୍ତି କୃଷକ ନେତା
Khabar Odisha:Nation-Farmer-agitation-100th-day-in-Delhi-border-agitation-continued-still-demand-fulfill

ନୂଆଦିଲ୍ଲୀ, ମାର୍ଚ୍ଚ ୦୬ (ଖବର ଓଡ଼ିଶା): ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କର ଆନ୍ଦୋଳନ ୧୦୦ ଦିନରେ ପହଂଚିଛି । ୩ଟି କୃଷି ଆଇନକୁ ପ୍ରତ୍ୟାପାର କରିବା ପାଇଁ ଚାଷୀମାନେ ଜିଦ ଧରିଛନ୍ତି । ଏହି ଅବସରରେ ଚାଷୀମାନେ ମାର୍ଚ୍ଚ ୬ ତାରିଖରେ କେଏମପି ଏକ୍ସପ୍ରେସ-ୱେରେ ୫ ଘଣ୍ଟା ନାକା ବନ୍ଦୀ କରିବା ସହ କଳା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତୁତ ରହିଛନ୍ତି । ସଂଯୁକ୍ତ ଚାଷୀ ମୋର୍ଚ୍ଚୋର କହିବା ଅନୁସାରେ ଦିଲ୍ଲୀ ପୋଲିସକୁ ପୁଣି ମୁହାଁମୁହିଁ ହେବାକୁ ପଡ଼ିବ । 

ମଞ୍ଜିତ କୌର ଡୋବକାଙ୍କ ନେତୃତ୍ୱରେ ମହିଳାଙ୍କ ଏକ ଗୋଷ୍ଠୀ ବୁଧବାର ରାତି ସିଂଘୁରୁ ରକାବଗଂ ଗୁରୁଦ୍ୱାର ଯିବା ଲାଗି ଏଠାରେ ରାତ୍ରୀଯାପନ କରିଥିଲେ । କେବଳ ଏଇଥିପାଇଁ ଯେ, ତାଙ୍କର ଗାଡ଼ି ଉପରେ ଚାଷୀ ସଂଗଠନ ଓ ଶ୍ରୀ ନିଶାନ ସାହିବଙ୍କର ପତାକା ଲାଗିଥିଲା । ତାଙ୍କର ଗାଡ଼ିକୁ ଦିଲ୍ଲୀ ପୋଲିସର ବାହାରି ରିଙ୍ଗ ରୋଡ ଚେକ ପୋଷ୍ଟ ନିକଟରେ ଅଟକାଇ ଦେଇଥିଲା । 

ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ଯେ, ତାଙ୍କୁ ଗାଡ଼ିରୁ ପତାକା ହଟାଇବା ଲାଗି କୁହାଯାଇଥିଲା । ସେମାନେ ଯେତେବେଳେ ଏହା ସ୍ୱୀକାର କରି ନଥିଲେ, ତାଙ୍କୁ ତିଲକ ମାର୍ଗ ପୋଲିସ ଷ୍ଟେସନରେ ଅଟକ ରଖାଯାଇଥିଲା । ଏହି ସମୂହରେ ବରନାଲାରୁ ୨ ବର୍ଷର ଏକ ଶିଶୁ ମଧ୍ୟ ସାମିଲ ଥିଲା । ତା’ର ନାମ ୟଶମୀ କୌର । ଆଇନ ଅନୁସାରେ ୭ ବର୍ଷରୁ କମ କୌଣସି ଶିଶୁକୁ ପୋଲିସ ଷ୍ଟେସନରେ ହେପାଜତରେ ରଖାଯାଇ ପାରିବ ନାହିଁ । 

ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ରହିଛି । ଏହାରି ମଧ୍ୟରେ ବିଭିନ୍ନ ସମୟରେ ଭାରତ ବନ୍ଦ ଆନ୍ଦୋଳନ ମଧ୍ୟ ହୋଇଛି । 

 

  • Tags:

Subscribe

National International State Sports Entertainment