କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମାଗିଲେ ସିସୋଦିଆ
Khabar Odisha:Nation-Delhi-deputi-CM-Manish-Sisodia-letter-to-home-minister-Amit-Shah-on-coronavirus

ନୂଆଦିଲ୍ଲୀ, ଅଗଷ୍ଟ ୦୨ (ଖବର ଓଡ଼ିଶା): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ହୋଟେଲ ଓ ସାପ୍ତାହିକ ବଜାର ଖୋଲିବାକୁ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି । 

ସିସୋଦିଆଙ୍କ ଚିଠି ପୂର୍ବରୁ ରାଜ୍ୟପାଳ ରାଷ୍ଟ୍ରୀୟ ରାଜଧାନୀରେ ହୋଟେଲ ଏବଂ ସାପ୍ତାହିକ ବଜାର ପୁଣି ଥରେ ଖୋଲିବା ନେଇ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ରାଜ୍ୟପାଳ କହିଥିଲେ, କୋଭିଡ-୧୯ ଯୋଗୁଁ ଉପୁଜିଥିବା ସଂକଟ ଏବେବି ଚିନ୍ତାଜନକ ଏବଂ କୌଣସି ବିପଦ ଟଳି ନାହିଁ । 

ଚିଠିରେ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ସରକାର ହୋଟେଲ ଏବଂ ସାପ୍ତାହିକ ବଜାରକୁ ଖୋଲିବାର ପ୍ରସ୍ତାବକୁ ମଙ୍ଗଳବାର ପୁଣି ଥରେ ରାଜ୍ୟପାଳଙ୍କ ନିକଟକୁ ପଠାଇବ । ସିସୋଦିଆ କହିଛନ୍ତି ଯେ, ମୋର ଅନୁରୋଧ ଯେ, ଆପଣ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ଅସ୍ୱୀକାର ନକରିବାକୁ କୁହନ୍ତୁ । ବ୍ୟବସାୟୀ ବେପାର କଲେ ରୋଜଗାର ଉତ୍ପନ୍ନ ହେବ ଏବଂ ଆର୍ଥିକ ସ୍ଥିତି ସୁଧୁରିବ । 

 

  • Tags:

Subscribe

National International State Sports Entertainment