ଏଲଏସିରେ ଚୀନର ଗତିବିଧି ନେଇ ରାଜ୍ୟ ସଭାରେ ଆଜି ବିବୃତ୍ତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ
Khabar Odisha:Nation-Defence-minister-Rajnath-Singh-to-make-a-statement-on-Thursday-over-India-China-border-issue-in-Rajya-Sabha

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ପୂର୍ବ ଲଦ୍ଦାଖରେ ଭାରତୀୟ ସେନାକୁ ଟାର୍ଗେଟ କରୁଛି ଚୀନ । ଭାରତୀୟ ସେନା ଚୀନର ଏଭଳି କାମକୁ ଜବାବ ମଧ୍ୟ ଦେଉଛି । ଭାରତୀ-ଚୀନ ସୀମା ବିବାଦକୁ ନେଇ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଏଲଏସିରେ କ’ଣ ଚାଲିଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ରାଜ୍ୟସଭାରେ ବୟାନ ଦେବେ । ଏହା ପୂର୍ବରୁ ଲୋକସଭାରେ ଏହି ପ୍ରସଙ୍ଗରେ ସେ ନିଜର ବୟାନ ରଖିସାରିଛନ୍ତି । 

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ବିରୋଧୀ ଦଳର ନେତାନ ନିଜର କଥା ଉପସ୍ଥାପନ କରିବେ । ସୂତ୍ର ଅନୁସାରେ ରାଜନାଥ ସିଂହ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ନେଇ ଅପରାହ୍ନ ୧୨ଟାରେ ନିଜର ବିବୃୃତ୍ତି ରଖିବେ । ଏହା ପରେ ବିରୋଧୀ ଦଳର ନେତା ଏହି ପ୍ରସଙ୍ଗରେ କିଛି କହିପାରନ୍ତି । ଆବଶ୍ୟକ ହେଲେ ରକ୍ଷାମନ୍ତ୍ରୀ ବିରୋଧୀ ଦଳର ନେତାଙ୍କୁ ସ୍ପଷ୍ଟିକରଣ ଦେଇପାରନ୍ତି । 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଲୋକସଭାରେ ଚୀନର ଗତିବିଧି ସଂପର୍କରେ ବୟାନ ରଖିଥିଲେ । ସେ ଲୋକସଭାରେ ପୂରା ଘଟଣାକ୍ରମକୁ ବୁଝାଇଥିଲେ । ସେ କହିଥିଲେ ଯେ, ଏପ୍ରିଲ ମାସରୁ ପୂର୍ବ ଲଦ୍ଧାଖରେ ସୀମାରେ ଚୀନ ସେନା ମୁତୟନ ଅଛନ୍ତି । ଦିନକୁ ଦିନ ଏହା ଆହୁରି ବୃଦ୍ଧି ପାଇବାରେ ଲାଗିଛି । ମେ’ ମାସ ଆରମ୍ଭରୁ ଚୀନ ଗଲୱାନ ଘାଟିରେ ଆମର ସୈନିକଙ୍କୁ ପେଟ୍ରୋଲିଂ ସମୟରେ ଅଟକାଇଥିଲା । ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।  

 

  • Tags:

Subscribe

National International State Sports Entertainment