ମୁମ୍ବାଇ, ଜୁଲାଇ ୦୧ (ଖବର ଓଡ଼ିଶା): ଛତ୍ରପତି ଶିବାଜୀ ମହାରାଜଙ୍କ ବାଲ୍ୟ ବନ୍ଧୁଥିଲେ ତାନାଜୀ ମାଲୁସରେ । ସିଂହଗଡ଼ର ଐତିହାସିକ ଯୁଦ୍ଧରେ ତାନାଜୀଙ୍କ ମୃତ୍ୟୁ ହୋଇଥିଲା । ସିଂହଗଡ଼ର ଅଧିକାରୀ ହେଲେ ଶିବାଜୀ । ତାନାଜୀ ସହିଦ ହୋଇଯିବା ପରେ ଶିବାଜୀ କହିଥିଲେ, ଆମେ ଗଡ଼ ଜିତିଲେ । କିନ୍ତୁ ସିଂହ ଆଉ ନାହିଁ । ଏହି କଥା ମହାରାଷ୍ଟ୍ର ରାଜନୈତିକ ସଂକଟ ପାଇଁ ସତ ପ୍ରଯୁଜ୍ୟ ହୋଇଛି । ଶିବସେନାକୁ ଗଡ଼ ମିଳିଛି ଓ ଶିବସେନା ନିଜର ସିଂହ ମୁକ୍ତ ହୋଇଛି ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡ଼ଣବୀସ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ନିଜକୁ ମୁଖମନ୍ତ୍ର ନ କରି ଶିବସେନାର ବିଦ୍ରୋହୀ ନେତା ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ଘୋଷଣା କରିଛନ୍ତି । ଲୋକଙ୍କ ମନରେ ଭାବନା ଥିଲା ଯେ, ଶିବସେନାଠାରୁ ଶାସନ କ୍ଷମତା ଛଡ଼ାଇ ଆଣି ବିଜେପି ଏଠାରେ ଶାସନ ଗାଦିକୁ ମାଡ଼ି ବସିବ । କିନ୍ତୁ ବିଜେପିର ଚିନ୍ତା ଲୋକଙ୍କର ଭାବାନା ଠାରୁ ମହାନ ।
ଏବେ ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକନାଥ ଶିନ୍ଦେ । ଶିନ୍ଦେ ପଦର ଶପଥ ଗ୍ରହଣ କରିଛନ୍ତି । ଏହା କେବଳ ଶିନ୍ଦେଙ୍କ ଶପଥ ଗ୍ରହଣ ନୁହେଁ । ଏହା ମାତୋଶ୍ରୀ ମୁକ୍ତ ଶିବସେନାର ଶପଥ । ଏହା ପରିବାରବାଦ ମୁକ୍ତ ରଣନୀତିର ଶପଥ ।