‘ତାଜମହଲ’ର ୨୨ କୋଠରୀ ନେଇ ବିବାଦ ଭିତରେ ଏଏସ୍‌ଆଇ ଜାରି କଲା ଫଟୋ
Khabar Odisha:Nation-ASI-released-pictures-amid-controversy-22-rooms-Taj-mahal

ଆଗ୍ରା, ମେ ୧୬ (ଖବର ଓଡ଼ିଶା): ପ୍ରେମର ପ୍ରତୀକ ଐତିହାସିକ ‘ତାଜମହଲ’ର ୨୨ଟି କୋଠରୀ ନେଇ କିଛି ଦିନ ହେଲା ବିବାଦ ଜୋରଦାର ଚାଲିଛି । ଏହାରି ମଧ୍ୟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ (ଏଏସ୍‌ଆଇ) ଏହି କୋଠରୀଗୁଡ଼ିକର ଫଟୋ ଜାରି କରିଛି । ଆଗ୍ରା ଏଏସ୍‌ଆଇ ପ୍ରମୁଖ ଆରକେ ପଟେଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଫଟୋ ୨୦୨୨ର ନ୍ୟୁଜଲେଟ ଭାବେ ୱେବସାଇଟ୍‌ରେ ଉପଲବ୍ଧ ରହିଛି । କେହିବି ୱେବସାଇଟ୍‌କୁ ଯାଇ ଫଟୋ ଦେଖିପାରିବେ । 

ଆରକେ ପଟେଲ କହିଛନ୍ତି ଯେ, କୋଠରୀ ଭିତରେ କରାଯାଇଥିବା ମରାମତି କାର୍ଯ୍ୟ ଫଟୋ ଜାରି କରାଯାଇଛି । ପର୍ଯ୍ୟଟନ ଶିଳ୍ପ ସୂତ୍ରରୁ କୁହାଯାଇଛି ଯେ, ଏହି କୋଠରୀରେ କ’ଣ ଅଛି । ଏହାକୁ ଭିନ୍ନ ଦୃଷ୍ଟିରେ ନିଆ ନଯାଉ । ଏହାକୁ ଅଟକାଇବା ପାଇଁ ଫଟୋ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଛଡ଼ାଯାଇଛି । 

ସୂଚନାଯୋଗ୍ୟ ଯେ, ହାଇକୋର୍ଟର ଲଖନଉ ବେଞ୍ଚ ନିକଟରେ ଡ. ରଜନୀଶ କୁମାରଙ୍କ ପକ୍ଷରୁ ଏହି ୨୨ କୋଠରୀକୁ ଖୋଲିବା ଦାବି ଉପରେ ଜନହୀତ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ଏଏସ୍‌ଆଇ ପକ୍ଷରୁ ଫଟୋ ସେୟାର କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ବନ୍ଦ କୋଠାରୀରେ ପ୍ଲାଷ୍ଟର ଓ ଚୂନ ପେନିଙ୍ଗ ସହିତ ମରାମତି କାମ କରାଯାଇଛି । ଏହି କାମ ପାଇଁ ପାଖାପାଖି ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । 

 

  • Tags:

Subscribe

National International State Sports Entertainment