ହିରୋଇନ ହେବେ ମୋନାଲିସା । ମହାକୁମ୍ଭରୁ ସିଧା ମାୟାନଗରୀକୁ ମାରିଲେ ଏଣ୍ଟ୍ରି । ବଲିଉଡ ସିନେମା ‘ଦି ଡାଏରୀ ଅଫ୍ ମଣିପୁର’ର ସେ ହେବେ ନାୟିକା । ଏହି ସିନେମା ପାଇଁ ସେ ସାଇନ୍ କରିଥିବା ବେଳେ ସିନେମାର ସୁଟିଙ୍ଗ ବି ଆରମ୍ଭ ହୋଇଗଲାଣି । ନିର୍ଦ୍ଦେଶକ ସନୋଜ ମିଶ୍ର ଏଥିପାଇଁ ତାଙ୍କୁ କାଷ୍ଟ କରିଛନ୍ତି ।
ଏଥର ମହାକୁମ୍ଭରେ ମାଳି ବିକୁଥିବା ମଧ୍ୟପ୍ରଦେଶର ୧୬ ବର୍ଷର ଝିଅ ମୋନାଲିସା ରାତାରାତି ଇଣ୍ଟରନେଟ ସେନସେସନ୍ ପାଲଟିଥିଲେ । ନିଜର ସୁନ୍ଦର ନୀଳ ନୀଳ ଆଖି ସାଙ୍ଗକୁ ଶ୍ୟାମଳ ରଙ୍ଗ ପାଇଁ ଚର୍ଚ୍ଚାକୁ ଆସିଥିଲେ ମୋନାଲିସା । ମାଳି ବିକୁଥିବା ମୋନାଲିସା ଏବେ ସିଲଭର ସ୍କିନରେ ସମସ୍ତଙ୍କ ମନ ମୋହିବେ । ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ସିନେମା ‘ଦ ଡାଏରୀ ଅଫ୍ ମଣିପୁର’ରେ ମୋନାଲିସାଙ୍କୁ କାଷ୍ଟ୍ କରିଥିବା ଖବର ସାମ୍ନାକୁ ଆସିଛି । ସନୋଜ ନିଜେ ମୋନାଲିସାକୁ ତାଙ୍କ ଗାଁରେ ଭେଟି ସିନେମା ପାଇଁ ଅଫର ଦେଇଥିଲେ । ଆଉ ସିନେମା ପାଇଁ ମୋନିଲିସା ରାଜି ହୋଇଥିଲେ । ସିନେମା ସୁଟିଂ ହେବା ପୂର୍ବରୁ ଏବେ ମୁମ୍ବାଇରେ ଅଭିନୟ ପାଇଁ ତାଲିମ୍ ନେଉଛନ୍ତି ମୋନାଲିସା । ଏନେଇ ନିର୍ଦ୍ଦେଶକ ସନୋଜ ନିଜ ଇନଷ୍ଟାରେ ମୋନାଲିସାଙ୍କୁ ଭେଟିବାର ଏକ ଭିଡିଓ ସେୟାର କରିଥିଲେ ।
ଅଧିକ ପଢନ୍ତୁ: ପ୍ରଭାସଙ୍କ ରୁଦ୍ର ଅବତାର, ବେକରେ ରୁଦ୍ରାକ୍ଷ, ମଥାରେ ତିଳକ; କନ୍ନପ୍ପା ଫିଲ୍ମର ଫାଷ୍ଟ ଲୁକ୍
ମେନାଲିସାଙ୍କୁ ନାୟିକା ବନାଉଥିବା ସିନେମାଟି ମଣିପୁର, ଦିଲ୍ଲୀ ଏବଂ ଲଣ୍ଡନରେ ସୁଟିଂ କରାଯିବ । ଏହି ମାସରୁ ଏହି ସିନେମା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଲଣ୍ଡନରେ ଏହାର ସୁଟିଂ ଆରମ୍ଭ କରାଯିବ । ଏହି ସିନେମାରେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ରାଜକୁମାର ରାଓଙ୍କ ବଡ଼ ଭାଇ ଅଭିନେତା ଅମିତ ରାଓ, ମୋନାଲିସାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏମାନଙ୍କ ବ୍ୟତୀତ ନିର୍ଦ୍ଦେଶକ ଏବଂ ଅଭିନେତା ମହେନ୍ଦ୍ର ଲୋଧି, ଅନୁପ ଜଲୋଟାଙ୍କ ଭଳି ବଡ଼ କଳାକାର ମଧ୍ୟ ଫିଲ୍ମରେ ନଜର ଆସିବେ । ମଣିପୁରର ସ୍ଥାନୀୟ କଳାକାରଙ୍କୁ ବି ଏଥିରେ ସାମିଲ କରାଯିବ । ୨୦ କୋଟି ବଜେଟରେ ନିର୍ମାଣ କରାଯାଉଥିବା ଏହି ସିନେମା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯୋଜନା ରଖିଛନ୍ତି ନିର୍ମାତା ।