ସୋନିଆ ଗାନ୍ଧିଙ୍କୁ ଭେଟିଲେ ମମତା ବାନାର୍ଜି
Khabar Odisha:Mamata-Banerjee-meets-Sonia-Gandhi

ନୁଆଦିଲ୍ଲୀ, ଜୁଲାଇ ୨୮(ଖବର ଓଡ଼ିଶା): ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସହ ସାକ୍ଷାତ କହିଛନ୍ତି ମମତା ବାନାର୍ଜୀ। ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ଏହି ବେଠକ ପରେ ମମତା ବାନାର୍ଜୀ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କହିଛନ୍ତି ଯେ ସୋନିଆ ଗାନ୍ଧୀ ତାଙ୍କୁ ତାଙ୍କ ବାସଭବନରେ ଚା ପିଇବାକୁ ନିମନ୍ତ୍ରଣ କରିଥିଲେ ଏବଂ ଏହି ବୈଠକରେ ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ।

ସେ କହିଛନ୍ତି, "ଆମେ ସାଧାରଣତ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲୁ। ପେଗାସସ୍ ସ୍ପାଏୱେୟାର ଗୁଇନ୍ଦାଗିରି ବିବାଦ ଏବଂ ସମ୍ପ୍ରତିକ କରୋନ ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଥିଲୁ। ଏହା ସହିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କ ପ୍ରସ୍ତୁତି ଉପରେ ଏହି ବୈଠକରେ ଆଲୋଚନା ପ୍ରଶ୍ନରେ ମମତା ବାନାର୍ଜୀ କହିଛନ୍ତି ଯେ ସେ ସୋନିଆ ଗାନ୍ଧୀଙ୍କ ସହ ବିରୋଧୀ ଏକତା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, "ଏହା ଅତ୍ୟନ୍ତ ଭଲ ଏବଂ ସକରାତ୍ମକ ବେଠକ ଥିଲା। ନିକଟ ଭବିଷ୍ୟତରେ ଏଥିରୁ ଏକ ସକରାତ୍ମକ ଫଳାଫଳ ବାହାରିବା ଉଚିତ।

ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଜିତିବା ପରେ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଅଛନ୍ତି। ତାଙ୍କର ପାଞ୍ଚ ଦିନିଆ ଗସ୍ତ ସମୟରେ ସେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ଭେଟିବା ସହିତ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି । 

ଏହା ସହିତ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ପୁତୁରା ଅଭିଷେକ ବାନାର୍ଜି ଏବଂ ଟିଏମସି ବିଧାୟକ ରାଘବ ଚଡ୍ଡା ମଧ୍ୟ ଉପସ୍ଥିତି ଥିଲେ ।

  • Tags:

Subscribe

National International State Sports Entertainment