ହୋଲି ଉତ୍ସବରେ ହିମାଚଳ ପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଘଟଣାରେ ଭୂସ୍ଖଳନ ଘଟି ୨ ଜଣଙ୍କର ଜୀବନ ଚାଲିଯିବା ସହିତ ଅନେକ ଆହତ ମଧ୍ୟ ଅଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଆଜି ହିମାଚଳ ପ୍ରଦେଶରେ ହୋଲି ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଉଥିଲା । ଏହି ହୋଲି ଉତ୍ସବରେ ଶ୍ରଦ୍ଧାଳୁମାନେ ଉନା ଜିଲ୍ଲାର ଆମ୍ବ ଉପଖଣ୍ଡର ମେଡି ସ୍ଥିତ ଝରଣାରେ ସ୍ନାନ କରୁଥିଲେ । ଠିକ ଏହି ସମୟରେ ମେଡିରେ ଭୂସ୍ଖଳନ ହୋଇଥିଲା । ପାହାଡ଼ରୁ ପଥର ଧସିଥିଲା । ଏହି ପଥର ଖଣ୍ଡ ସ୍ନାନ କରୁଥିବା ଶ୍ରଦ୍ଧାଳୁମାନଙ୍କ ଉପରେ ପଡିଥିଲା । ଯାହାଫଳରେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ।
ଆଗକୁ ପଢ଼ନ୍ତୁ : ଲଦାଖକୁ ରାଜ୍ୟ ମାନ୍ୟତା ଦାବି: ୧୯ ଦିନରେ ଓ୍ବାଙ୍ଗ୍ଚୁକ୍ଙ୍କ ଅନଶନ