ବେଙ୍ଗାଲୁରୁ: ଭାରତୀୟ ଜନତା ପାର୍ଟିର ବଡ କାର୍ଯ୍ୟାନୁଷ୍ଠାନ । କର୍ଣ୍ଣାଟକରେ ନିଜର ଦୁଇ ବିଧାୟକଙ୍କୁ ପାର୍ଟିରୁ ଛଅ ବର୍ଷ ପାଇଁ ବହିଷ୍କାର କରିଛନ୍ତି । ଦୁଇ ବିଧାୟକ ହେଉଛନ୍ତି ଏସଟି ଶୋମଶେଖର ଓ ଏ ଶିବରାମ ହେବାର । କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ୱାଇ ବିଜୟେନ୍ଦ୍ର କହିଛନ୍ତି, ଦୁଇ ବିଧାୟକଙ୍କୁ ପାର୍ଟିର ଗତିବିଧି କାରଣରୁ ଦଳରୁ ବହିଷ୍କାର କରାଯାଛି ।
ଗତ ଫେବୃଆରୀରେ କର୍ଣ୍ଣାଟକରେ ରାଜ୍ୟସଭାରେ ଚାରେଟି ସିଟରେ ମତଦାନ ହୋଇଥିଲା । ଏଥିରୁ ତିନୋଟି ସିଟ କଂଗ୍ରେସ ଓ ଗୋଟିଏ ସିଟ୍ ବିଜେପି ଜିତିଥିଲ।। । ହ୍ୱିପ୍ ଜାରି କରାଯିବା ପରେ ବି ଏସଟି ସୋମଶେଖର କଂଗ୍ରେସ ପ୍ରାର୍ଥୀ ଅଜୟ ମାକନଙ୍କ ପକ୍ଷରେ ମତଦାନ କରିଥିଲେ । ଏହି କାରଣରୁ ବିଜେପି କେବଳ ଗୋଟିଏ ସିଟ୍ ଜିତି ପାରିଥିଲା । କୁହାଯାଉଛି ସୋମଶେଖର ଓ ହେବାରଙ୍କ ପାର୍ଟି ବିରୋଧୀ ଗତିବିଧିରେ ଦଳୀୟ ନେତୃତ୍ୱ ଖୁବ ୍ ଅସନ୍ତୋଷ ଥିଲେ । ତେଣୁ ଆଜି ଦୁଇ ବିଧାୟକଙ୍କୁ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ।
ଏସଟି ସୋମଶେଖର କର୍ଣ୍ଣାଟକର ଯଶବନ୍ତପୁର ଓ ଶିବରାମ ହେବାର ୟେଲ୍ଲାପୁର ଆସନରୁ ବିଜେପିର ବିଧାୟକ ଥିଲେ । ହେଲେ ଦୁଇ ନେତା ପାର୍ଟି ବିରୋଧୀ ଗତିବିଧିରେ ସାମିଲ୍ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।