ନୂଆଦିଲ୍ଲୀ: ଭାରତ ଓ ସିଙ୍ଗାପୁର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ ହେବାକୁ ଯାଉଛି। ଏନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୪ ଓ ୫ ତାରିଖରେ ସିଙ୍ଗାପୁର ଗସ୍ତରେ ଯିବେ। ଏହି ଗସ୍ତରେ ସେ ସିଙ୍ଗାପୁର ରାଷ୍ଟ୍ରପତି ଥରମାନ ସନମୁଗରତ୍ନମ ଓ ପ୍ରଧାନମନ୍ତ୍ରୀ ଲରେନ୍ସ ୱାଙ୍ଗଙ୍କ ଗୁରୁତ୍ୱପୂର୍ଣ ବୈଠକରେ ଯୋଗଦାନ କରିବେ। ଏହି ବୈଠକରେ ସେମି କନଡକ୍ଟରକୁ ନେଇ ବିଭିର୍ଣ୍ଣ ଆଲୋଚନା ସହ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହେବ। ସେମି କନଡକ୍ଟର ବ୍ୟତୀତ ଦକ୍ଷତା ବୃଦ୍ଧି, ସ୍ୱାସ୍ଥ୍ୟ ତଥା ଜରୁରୀ ଔଷଧ, ନିବେଶ ଓ ଡିଜିଟାଲ କ୍ଷେତ୍ରରେ ସହଭାଗିତା ନେଇ ଆଲୋଚନା କରାଯିବ।
ଭାରତରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମି କନଡକ୍ଟର ଏକ ମହତ୍ଵପୁର୍ଣ ଉପାଦାନ ଅଟେ। ଭାରତରେ ବିଭିର୍ଣ୍ଣ ପ୍ରକାରର ଯାନ୍ତ୍ରିକ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଲାଭ କରିବା ସହ ଆଗକୁ ଏହି ସଂଖ୍ୟାକୁ ଅଗକୁ ବଢାଇବା ପାଇଁ ସେମି କନଡକ୍ଟରର ବେଶ ଚାହିଦା ରହିଛି। ଏନେଇ ଭାରତ ଆମେରିକା, ତାଇୱାନ ଓ ୟୁରୋପିଅ ଦେଶ ସମୂହ ସହ ପୂର୍ବରୁ ଚୁକ୍ତି ସ୍ଵାକ୍ଷର କରିସାରିଛି।
ପ୍ରଧାନମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତର ମୂଳ ଲକ୍ଷ୍ୟ ନିବେଶ ମଧ୍ୟ ରହିବ। ସିଙ୍ଗାପୁର ଭାରତରେ ସର୍ବାଧିକ ପୁଞ୍ଜି ନିବେଶକାରୀ ରାଷ୍ଟ୍ର ଅଟେ। ୨୦୦୦ ମସିହା ପରା ଠାରୁ ଭାରତରେ ୨୩ ପ୍ରତିଶତ ବୈଦେଶିକ ପୁଞ୍ଜି ସିଙ୍ଗାପୁର ନିବେଶ କରିଆସୁଛି। ଭାରତ ସରକାର ସିଙ୍ଗାପୁରକୁ ଭାରତରେ ଥିବା ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଆଗାମୀ ଦିନରେ ଏକ ଚୟନକାରୀ ଦଳ ଭାରତକୁ ଆସି ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିବେ।