ନିକଟରେ ବ୍ରହ୍ମପୁର ଅଂଚଳସ୍ଥିତ ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ତେବେ ଗତ ୧୫ ତାରିଖରେ ଘଟିଥିବା ଏକ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ କୁ ମିଳିଛି ସଫଳତା।ଏହି ଆକ୍ରମଣରେ ସମ୍ପୃକ୍ତ ୬ ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଗୋଟିଏ ଖଣ୍ଡା ସହ ଗୋଟିଏ ଠେଙ୍ଗାକୁ ଜବତ କରାଯାଇଛି।
ପୋଲିସ ସୂଚନା ଅନୁସାରେ ଗିରଫ ଅଭିଯୁକ୍ତ ମାନେ ହେଲେ ରାଳବ ଗ୍ରାମର ହେଲେ ପି. ରାହୁଲ ପାତ୍ର ,ଡି ବାଲୁ ପାତ୍ର,ଡି. ନାରସିହୁଂଲୁ, ପି.କୁର଼ମାୟା ପାତ୍ର, ପି.ଚାନ୍ଦ୍ରେୟା ପାତ୍ର ଓ ପି.ଅଜିତ ପାତ୍ର। ଗତ ୧୫ ତାରିଖ ସନ୍ଧ୍ୟା ସମୟରେ ରାଳବ ଗ୍ରାମର ଶେଷମୁଣ୍ଡରେ ଥିବା ଦୁବପଲ୍ଲୀ ରାସ୍ତାରେ ବି. ସନ୍ତୋଷ ପାତ୍ର ଙ୍କ ଛେଳି ଗୁହାଳ ଠାରେ ସନ୍ତୋଷ ଥିବା ସମୟରେ ଉପରୋକ୍ତ ୬ ଜଣ ହଠାତ ସେଠାରେ ପହଞ୍ଚି ଖଣ୍ଡା ଓ ଠେଙ୍ଗା ରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଯାହାଫଳରେ ସନ୍ତୋଷ ଙ୍କ ଦୁଇ ହାତ ସମେତ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ସନ୍ତୋଷ ଙ୍କ ବଡ଼ ଭାଇ କ୍ରିଷ୍ଣା ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ମାନେ କ୍ରିଷ୍ଣା ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡେଇ ଥିଲେ। ତେବେ ଆକ୍ରମଣ ପରେ ପରିବାର ଲୋକେ ଆହାତ ସନ୍ତୋଷ କୁ ପ୍ରଥମେ ବ୍ରହ୍ମପୁର ଓ ପରେ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଆହାତ ସନ୍ତୋଷଙ୍କ ପରିବାର ବର୍ଗ ଅଭିଯୁକ୍ତ ନାରସିହୁଂଲୁ ଓ ପି କୁର଼ମାୟା ପାତ୍ର ଙ୍କ ଘର ଉପରକୁ ପଥର ମାଡ କରିବା ସହ ଗୋଟିଏ ମଟରସାଇକେଲ କୁ ପୋଡି ଦେଇଥିବା ବେଳେ ସେଠାରେ ଭଙ୍ଗାରୁଜା କରିଥିଲେ। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଇଥିଲା। ପୁଲିସ ପକ୍ଷରୁ ଗାଁରେ ପରିସ୍ଥିତି ଉପରେ ନଜର ରଖିବାକୁ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ IIC ବିବେକାନନ୍ଦ ସ୍ବାଇଁ ଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା। ପୁଲିସ ପକ୍ଷରୁ ପ୍ରଥମେ ଦୁଇଜଣଙ୍କୁ କାବୁ କରାଯିବା ପରେ ଅନ୍ୟ ମାନଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରି ଯାଇଥିବା ସୂଚନା ମିଳିଛି।
ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଗାଁ ଗଣ୍ଡଗୋଳ ସହ ଆକ୍ରମଣ ଘଟଣା ରେ ପୂର୍ବରୁ ଗତ ୨୦୨୨ ଅକ୍ଟୋବର ୨୯ ରେ ଥାନା କେସ ନଂ ୩୯୫/୨୨ ରେ ପି ରାହୁଲ,ଡି ନାରସିହୁଂଲୁ, ଡି.ବାଲୁ, ପି କୁର଼ମାୟା ପାତ୍ର ଓ ପି ଅଜିତ ପ୍ରମୁଖ ଗିରଫ ହୋଇଥିଲେ। ସେହିପରି ବି.କ୍ରିଷ୍ଣା ଙ୍କ ପରିବାର ବର୍ଗଙ୍କ ପକ୍ଷରୁ ସେମାନଙ୍କ ଘର ଉପରକୁ ପଥର ମାଡ ସହ ମୋଟର ସାଇକେଲ ପୋଡି ଦେଇଥିବା ନେଇ ୧୩ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ଅଧିକ ପଢନ୍ତୁ: ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ