ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ସଂପ୍ରତି ସାମାଜିକ ଗଣମାଧ୍ୟମ ଓ ଇଣ୍ଟରଭ୍ୟୁରେ ନିଜର ନିର୍ଭୀକ ବୟାନ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଏକ ପୁରୁଣା କାହାଣୀର ଖୁଲାସା କରିଛନ୍ତି । ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ସହ ବିମାନରେ କେମିତି ଝଗଡା ହୋଇଥିଲା ତାର ବର୍ଣ୍ଣନା କରିଥିଲେ ଇରଫାନ ପଠାନ ।
ପଠାନ ନିକଟରେ ଲଲ୍ଲନଟପକୁ ଏକ ସାକ୍ଷାତକାର ଦେଇଥିଲେ । ଆଲୋଚନା ସମୟରେ ପଠାନ କହିଛନ୍ତି, ୨୦୦୬ରେ ଭାରତୀୟ ଦଳ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା । କରାଚିରୁ ଲାହୋର ଯିବା ପାଇଁ ଦୁଇ ଦଳର ଖେଳାଳିଙ୍କ ପାଇଁ ଗୋଟିଏ ଫ୍ଲାଇଟର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଖେଳାଳି ଏକ ସଙ୍ଗେ ଯାତ୍ରା କରୁଥିଲେ । ସେହି ସମୟରେ ଆଫ୍ରିଦି ଥଟ୍ଟାମଜା କରି ତାଙ୍କ ଚୁଟି ବିଗାଡି ଦେଇଥିଲେ ଏବଂ ମଜାରେ ତାଙ୍କୁ ଛୋଟ ପିଲା ବୋଲି କହିଥିଲେ ।
ଇରଫାନକୁ ଏହି କଥା ପସନ୍ଦ ଆସିନ ଥିଲା ଏବଂ ସେ ଆଫ୍ରିଦିଙ୍କୁ ପାଲଟା ଜବାବ ଦେଇ କହିଥିଲେ ଯେ, ତୁ କେବେଠୁ ମୋର ବାପା ହୋଇଗଲୁ ? ଏହି କଥା ଶୁଣି ଆଫ୍ରିଦି ବହୁତ କ୍ରୋଧିତ ହୋଇ ଇରଫାନ ପଠାନକୁ ଗାଳି କରିଥିଲେ ।
ଏହି ଘଟଣା ପରେ ହ ିଁ କଥା ଆଗକୁ ଆହୁରି ବଢି ଯାଇଥିଲା । ଫ୍ଲାଇଟରେ ପଠାନ ନିଜ ପାଖରେ ବସିଥିବା ପାକିସ୍ତାନର ଅଲରାଉଣ୍ଡର ଅବଦୁଲ ରଜାକ ଖୁସି ମଜାରେ ପଚାରିଥିଲେ ଯେ, ପାକିସ୍ତାନରେ କେଉଁ ପ୍ରକାରର ମାଂସ ମିଳିଥାଏ । ରଜାକ ପଠାନଙ୍କୁ ପଚାରିଥିଲେ ଯେ, ଏମିତି କାହିଁକି ପଚାରୁଛ ? ପୁଣି ପାକିସ୍ତାନରେ ମିଳୁଥିବା ଭିନ୍ନ ପ୍ରକାରର ମାଂସ ବିଷୟରେ ଇରଫାନଙ୍କୁ ଜଣାଇଥିଲେ ଅବଦୁଲ ରଜାକ । ପୁଣି ପଠାନ ଏକ ସଙ୍ଗେ ବସିଥିବା ଆଫ୍ରିଦିଙ୍କ ବିଷୟରେ ଥଟ୍ଟା ଛଳରେ କହିଥିଲେ ଯେ, କଣ ଏଠାରେ କୁକୁର ମାଂସ ମିଳିଥାଏ ?
ଇରଫାନଙ୍କ କଥା ଶୁଣି ରଜାକ ଚକିତ ହୋଇ ପଡିଥିଲେ ଏବଂ ପାଖରେ ବସିଥିବା ଆଫ୍ରିଦି ମଧ୍ୟ ଆବାକ ହୋଇ ପଡିଥିଲେ । ସେହି ସମୟରେ ପଠାନ ଆଫ୍ରିଦିଙ୍କୁ ତାତ୍ସଲ୍ୟ କରି କହିଥିଲେ ଯେ, ଆଫ୍ରିଦି ବୋଧହୁଏ କୁକୁର ମାଂସ ଖାଇଛି, ସେଥିପାଇଁ ଭୁକୁଛି । ପଠାନଙ୍କ ମୁତାବକ ଏହି କମେଣ୍ଟ ପରେ ଆଫ୍ରିଦି ପୂରା ଯାତ୍ରାରେ ନିରବ ହୋଇ ବସିଥିଲେଏବଂ ପଠାନ ଏହା ପରେ କିଛି କହି ନ ଥିଲେ ।