ପାହାଡ଼ ଚଢ଼ିଲେ ଦିବ୍ୟାଙ୍ଗ । କୁହାଯାଏ ଇଛା ଓ ଆଗ୍ରହ ଆଗରେ ସବୁ ବାଧାବିଘ୍ନ ଦୂର ହୋଇଯାଏ । ଦୁଇ ଗୋଡ ଗୋଟିଏ ହାତ ନଥାଇ ବି ବିଶ୍ୱ ରେକର୍ଡ କରିଛନ୍ତି ଦିବ୍ୟାଙ୍ଗ । କୃତ୍ରିମ ଅଙ୍ଗ ସାହାଯ୍ୟରେ ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି ଟିଙ୍କେଶ କୌଶିକ । ତାଙ୍କର ଦୃଢ ଇଛା ଶକ୍ତି ପାଇଁ ସେ ଏବେ ସଫଳତାର ମାର୍ଗରେ ପହଞ୍ଚିସାରିଛନ୍ତି । ଆଉ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । 'ଟ୍ରିପଲ୍ ଆମ୍ପ୍ୟୁଟି' ଭାବରେ ସେ ଏବେ ରେକର୍ଡ କରିଛନ୍ତି ।
ସୂଚନା ଅନୁଯାୟୀ,ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଥିବା ଟିଙ୍କେଶ କୌଶିକ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ଯେତେବେଳେ ତାଙ୍କର ବୟସ ୯ ବର୍ଷ ହୋଇଥିଲା ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ବିଦ୍ୟୁତ୍ ଆଘାତରେ ସେ ଦୁଇଟି ଗୋଡ଼ ଓ ଗୋଟିଏ ହାତ ହରାଇଥିଲେ। ଯାହାଫଳରେ ପରିବାର ଲୋକେ ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ଇଛାଶକ୍ତି ଆଗରେ ସବୁ କିଛି ବିଫଳ ବୋଲି ସେ ଦର୍ଶାଇଦେଇଛନ୍ତି । ଦୁନିଆର ପ୍ରଥମ 'ଟ୍ରିପଲ୍ ଆମ୍ପ୍ୟୁଟି' ଭାବରେ ରେକର୍ଡ କରି ସେ ପରିବାରର ଗର୍ବ ଓ ଗୌରବ ସାଜିଛନ୍ତି । ଯେଉଁ ପୁଅର ଦୁଇଟି ଗୋଡ଼ ଓ ଗୋଟିଏ ହାତ ହରାଇଥିବାକୁ ନେଇ ଚିନ୍ତାରେ ଥିଲେ ପୁରା ପରିବାର । ସେହି ପୁଅର ଏତେ ବଡ଼ ସଫଳତା ପରେ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଏହି ସଫଳତାରେ ବାପା ମାଙ୍କ ଗର୍ବରେ ଛାତି ଫୁଲିଉଠିଛି ।