ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍ ଆକ୍ରମଣ, ୩ ନାଗରିକ ଆହାତ
Khabar Odisha:Grenade-attack-in-Jammu--Kashmir

ଜମ୍ମୁ, ସେପ୍ଟେମ୍ବର ୧୪ (ଖବର ଓଡ଼ିଶା): ଜମ୍ମୁ କାଶ୍ମୀରରେ ବୃଦ୍ଧି ପାଉଛି ଆତଙ୍କବାଦୀ ଭିତ୍ତିକ କାର୍ଯ୍ୟାକଳାପ । ପ୍ରତିଦିନ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କରାଯାଉଛି ଆକ୍ରମଣ । 

ଆଜି ମଧ୍ୟ ସମାନ ଭାବରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହୋଇଛି ଗ୍ରେନେଡ୍ ଆକ୍ରମଣ । ସୂଚନା ଅନୂସାରେ କାଶ୍ମୀର ସମ୍ଭାଗର ପୁଲୱାମାରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି । ସମ୍ଭାଗର ମୁଖ୍ୟ ଚେକପୋଷ୍ଟରେ ମୁତୟନ ଥିବା ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ଏହି ଆତ୍ମଘାତି ବିସ୍ଫୋରଣରେ ତିନି ଜଣ ସ୍ଥାନୀୟ ବାସିନ୍ଦା ଆହାତ ହୋଇଥିବା ଜଣାପଡିଛି । ସେମାନଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ସହିତ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ।

  • Tags:

Subscribe

National International State Sports Entertainment