ନ୍ୟାସନାଲ ପେନସନ ସିଷ୍ଟମ (NPS) ଖାତାଧାରୀଙ୍କ ପାଇଁ ଆସିଲା ବଡ଼ ଖବର । ପେନସନ ପାଣ୍ଠି ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷ (PFRDA) ତରଫରୁ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ପେନସନ ଖାତା ଖୋଲିବାର ୩ ବର୍ଷ ପରେ ମଧ୍ୟ ସେଥିରୁ ଆଂଶିକ ଅର୍ଥ ଉଠାଇପାରିବେ ଖାତାଧାରୀ । ପେନସନ ଖାତାରେ ରହିଥିବା ରାଶିର ୨୫ ପ୍ରତିଶତରୁ ଅଧିକ ଅର୍ଥ ଉଠାଇ ପାରିବେନାହିଁ ଖାତାଧାରୀଙ୍କ ।
ସୂଚନା ମୁତାବକ, ଏହି ପରିବର୍ତ୍ତିତ ନିୟମ ଗତ ମାସ ୧୨ ତାରିଖ ଜାରି କରାଯାଇଥିବା ବେଳେ ଫେବୃଆରୀ ମାସ ପହିଲାରୁ ଏହାକୁ ଲାଗୁ କରାଯାଇଛି । ଯଦି ଏନ୍ପିଏସ୍ ଖାତା ଖୋଲିବାର ୩ ବର୍ଷ ମଧ୍ୟରେ ଆପଣ ୮ ଲକ୍ଷ ଟଙ୍କା ଯୋଗଦାନ ଦେଇଥିବେ ତାହା ବୃଦ୍ଧି ପାଇ ୧୫ ଲକ୍ଷରେ ପହଞ୍ଚିଥିବ । ତେବେ ଏଭଳି ସ୍ଥିତିରେ ଆପଣ ୮ ଲକ୍ଷର ୨୫ ପ୍ରତିଶତ ଅର୍ଥାତ ୨ ଲକ୍ଷ ଟଙ୍କା ହିଁ ଉଠାଇପାରିବେ । ଏନ୍ପିଏସ୍ ଖୋଲିବା ପରେ ଆପଣ ସର୍ବାଧିକ ୩ ଥର ନିଜର ପେନସନ ଖାତାରୁ ଅର୍ଥ ଉଠାଇପାରିବେ । ଦୁଇ ଥର ଅର୍ଥ ଉଠାଣ ମଧ୍ୟରେ ଅତିକମରେ ୫ ବର୍ଷର ବ୍ୟବଧାନ ରହିବା ଆବଶ୍ୟକ । ତେବେ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର ଗୁରୁତ୍ୱର ସ୍ୱାସ୍ଥ୍ୟବସ୍ଥା କ୍ଷେତ୍ରରେ ଏହି ନିୟମ ଲାଗୁ ହେବନାହିଁ । ପିଲାଙ୍କ ଉଚ୍ଚ ଶିକ୍ଷା, ପିଲାଙ୍କ ବିବାହ, ପ୍ରଥମ ଘର କ୍ରୟ, କୌଣସି ମାରାତ୍ମକ ରୋଗ, ମେଡିକାଲ ଖର୍ଚ୍ଚ, କୌଣସି ନୂଆ ବ୍ୟବସାୟ ଓ ଷ୍ଟାଟଅପ୍ ଆରମ୍ଭ କରିବା ପାଇଁ ଆପଣ ଏନ୍ପିଏସ୍ରୁ ଅର୍ଥ ଉଠାଇ ପାରିବେ । ଏଥିପାଇଁ ଆପଣଙ୍କୁ ଏକ ସ୍ୱେଚ୍ଛାକୃତ ଘୋଷଣାପତ୍ର ଫର୍ମ ଭରିବାକୁ ପଡ଼ିବ ।