ବେଙ୍ଗାଲୁରୁ: ଜେଡିଏସରୁ ନିଷ୍କାସିତ ନେତା ତଥା ପୂର୍ବତନ ଲୋକସଭା ସାଂସଦ ପ୍ରଜ୍ଜଳ ରେଭନ୍ନା ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏକ ଫାର୍ମ ହାଉସରେ କାମ କରୁଥିବା ଘରୋେଇ ସହାୟିକାଙ୍କୁ ବଳାତ୍କାର ମାମଲାରେ ବେଙ୍ଗାଲୁରୁ ସ୍ଥିତ ଜନପ୍ରତିନିଧିର ସ୍ୱତନ୍ତ୍ର ଅଦାଲତ ରେଭନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ତାଙ୍କୁ ଯେମିତି ଦୋଷୀ ସାବ୍ୟସ୍ତ କଲା ସେହି ସମୟରେ ପୂର୍ବତନ ସାଂସଦ ଭାବ ବିହ୍ୱଳ ହୋଇ ପଡିଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ଏଫଆଇଆର ରୁଜୁ ହେବାର ୧୪ ମାସ ପରେ ଦେଇଛନ୍ତି । କୋର୍ଟ ଅଗଷ୍ଟ ୨ରେ ରେଭନ୍ନାଙ୍କ ବିରୋଧରେ ସଜା ଶୁଣାଇବେ ।
ପୂର୍ବତନ ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଭଣଜା । ତାଙ୍କ ଉପରେ ଯୌନ ହିଂସା ଓ ବଳାତ୍କାରର ଚାରୋଟି ଭିନ୍ନ ଭିନ୍ନ ମାମଲା ରହିଛି । ୨୦୨୪ ଏପ୍ରିଲ ୨୯ରୁ ଜୁନ ୧୦ ତାରିଖ ମଧ୍ୟରେ ଏହି ଚାରି ଏଫଆଇଆର ରୁଜୁ ହୋଇଥିଲା । ଏହି ମାମଲା ହୋଲେନରସିପୁରା ପୋଲିସ ଷ୍ଟେସନ, ହ ।ସନ ଜିଲ୍ଲାରେ ରୁଜୁ କରାଯାଇଥିଲା । ଦୁଇଟି ସାଇବର କ୍ରାଇମ ମାମଲା ମଧ୍ୟରୁ ଗୋଟିଏ ମାମଲା ସିଆଇଡି ଅଧୀନ ସାଇବର କ୍ରାଇମ ପୋଲିସ ଷ୍ଟେସନରେ ରୁଜୁ ହୋଇଥିଲା ।
ଉାମଲାରେ ଅଶ୍ଳୀଳ ଭିଡିଓ ବି ସାମ୍ନାକୁ ଆସିଥିଲା । ଭିଡିଓର କେତେ ସତ୍ୟତା ଅଛି ଏହାକୁ ନେଇ ବୈଷେୟିକ ସ୍ପଷ୍ଟୀକରଣ ମାଗିଥିଲେ ଅଦାଲତ । ଅଦାଲତକୁ ଏହା ସ୍ପଷ୍ଟ କରିବାର ଥିଲା ଯେ, ଏହି ଭିଡିଓ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ମୋବାଇଲରୁ ତାଙ୍କ ଡ୍ରାଇଭର କାର୍ତ୍ତିକଙ୍କ ମୋବାଇଲକୁ କେମିତି ଗଲା । ସିଆଇଡି ଅନ୍ତର୍ଗତରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଏବେ ଏହା ଉପରେ ବିସ୍ତୃତ ଫରେନ୍ସିକ ରିପୋର୍ଟ ଅଦାଲତକୁ ହସ୍ତାନ୍ତର କରିଛନ୍ତି । କେବଳ ପ୍ରଜ୍ଜ୍ୱଳ ରେଭନ୍ନା ନୁହେଁ ତାଙ୍କ ବାପା ଡି ରେଭନ୍ନା, ଯିଏ ବର୍ତ୍ତମାନ ହୋଲେନରସିପୁରାର ବିଧାୟକ, ତାଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି ।