ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଗୁରୁବାର ନିର୍ବାଚନ ଆୟୋଗଙ୍କ ଉପରେ ଦେଇଥିବା ବୟାନରେ ରାଜନୀତି ମାହୋଲ ସରଗରମ ହୋଇ ଉଠିଛି । ରାହୁଲ ଗାନ୍ଧୀ ସଂସଦ ବାହାରେ କହିଥିଲେ ଯେ, ନିର୍ବାଚନ ଆୟୋଗ ବିରୋଧରେ ତାଙ୍କ ହାତରେ ଏଟମ ବୋମା ମିଳିଛି । ଏହା ଯେବେ ଫୁଟିବ ନିର୍ବାଚନ ଆୟାଗ କୌଣସି ଠି ନଜର ଆସିବ ନାହିଁ । ରାହୁଲଙ୍କ ଏମିତି ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇଛି ନିର୍ବାଚନ ଆୟୋଗ ।
ଆୟୋଗ କହିଛନ୍ତି, ଏହି ଧରଣର ଦାୟିତ୍ୱହୀନ ବୟାନକୁ ଆୟୋଗ ଅଣଦେଖା କରିଥାଏ । ରାହୁଲ ଏହି ବିଷୟରେ ଆଜି ପର୍ଯ୍ୟନ୍ତ ନା ସରକାରୀ ଭାବେ କୌଣସି ଚିଠି ଲେଖିଛନ୍ତି ନା ଅନେକ ଥର ଡକା ଗଲେ ବି ଆସିଛନ୍ତି । ଏପରିକି ସେ ଆୟୋଗଙ୍କୁ କୌଣସି ଉତ୍ତର ଦେଇଛନ୍ତି ।
କଂଗ୍ରେସ ସାଂସଦଙ୍କ ଉପରେ କଡା ପ୍ରତିକ୍ରିୟା ଦେଇ ନିର୍ବାଚନ ଆୟୋଗ କହିଛନ୍ତି, ନିର୍ବାଚନ ଆୟୋଗ ପ୍ରତିଦିନ ଆସୁଥିବା ଏମିତି ଅଭିଯୋଗକୁ ଅଣଦେଖା କରିଥାଏ । ଏହି ଧରଣର ଧମକ ସତ୍ତ୍ୱେ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ନିରପେକ୍ଷ ଓ ପାରଦର୍ଶିତାର ସହ କାମ କରିବାକୁ ପରାମର୍ଶ ଦିଆଯାଉଛି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଅନେକ ଥର ପଡକାଯାଇଛି, ହେଲେ ରାହୁଲ ଆୟୋଗକୁ କୌଣସି ଉତ୍ତର ଦେଇ ନାହାନ୍ତି କି ଦପ୍ତର ଆସୁ ନାହାନ୍ତି ।
ଆୟୋଗ କହିଛନ୍ତି, ଜୁନ ୧୨ରେ ରାହୁଲଙ୍କୁ ଏକ ମେଲ୍ କରାଯାଇଥିଲା । ତଥାପି ସେ ଆସିଲେ ନାହିଁ । ପୁଣି ସେହି ଦିନ ଏକ ଚିଠି ପଠାଗଲା । ହେଲେ ରାହୁଲ ଏହାର କୌଣସି ଉତ୍ତର ଦେଇ ନ ଥିଲେ । ସେ କେବେ ବି ଏବଂ କୌଣସି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ନାହାନ୍ତି । ଆଉ ଏବେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ଏବେ ସେ ନିର୍ବାଚନ ଆୟୋଗର କର୍ମଚାରୀଙ୍କୁ ଧମକାଇବା ଆରମ୍ଭ କରିଛନ୍ତି । ଏହା ଅତି ନିନ୍ଦନୀୟ ବୋଲି ଆୟୋଗ କହିଛି ।