କୁଲଗାମ: ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ଗଦରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଠାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଫସି ରହିଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଘେରି ଗୁଳି ଚଳାଇଛନ୍ତି। ଚାଲିଥିବା ଏନକାଉଣ୍ଟରରେ ଜଣେ ଜେସିଓ ଆହତ ହୋଇଛନ୍ତି। ଅନ୍ୟପଟରେ ଜେସିଓଙ୍କ ଆହତ ହେବା ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ।
ଟ୍ୱିଟରେ କୁହାଯାଇଛି ଯେ ଜମ୍ମୁ କଶ୍ମୀର ପୋଲିସ ସୂଚନା ଦେଇଛି ଯେ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ କୁଲଗାମର ଗୁଡ୍ଡର ଜଙ୍ଗଲରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି। ଜମ୍ମୁ କଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି) କାର୍ଯ୍ୟରେ ଅଛନ୍ତି।
ଅଧିକ ପଢ଼ନ୍ତୁ: ଗୋଟିଏ କୋଠରୀରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ ଓ ଝିଅ