ଦିନକୁ ଦିନ ତେଜୁଛି ଶହୀଦ ଅଂଶୁମାନ ସିଂଙ୍କ ପରିବାରକୁ ନେଇ ଲାଗିରହିଥିବା ବିବାଦ। ଶହୀଦଙ୍କ ନାମରେ ଥିବା ସବୁ ଧନସମ୍ପତ୍ତି ସହିତ ବୋହୂ ସ୍ମୃତି କିର୍ତ୍ତୀ ସମ୍ମାନ ମଧ୍ୟ ବାପଘରକୁ ନେଇ ଯାଇଥିବା ଅଂଶୁମାନଙ୍କ ବାପା ମାଆ ଅଭିଯୋଗ କରିଛନ୍ତି।
ଜାତୀୟ ଗଣମାଧ୍ୟମରେ କଥାବାର୍ତ୍ତା କରି କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା ରବି ପ୍ରତାପ ସିଂ କହିଛନ୍ତି ଯେ ପୁଅର ଇଚ୍ଛା ଅନୁସାରେ ଆମେ ଧୁମଧାମରେ ବିବାହ କରିଥିଲୁ। ବାହାଘରରେ କିଛି ବି କମ୍ ରଖିନଥିଲୁ। ଆମେ ବୋହୂକୁ ଝିଅ ଭଳି ସମ୍ମାନ ଦେଉଥିଲୁ। ଏପରିକି ପୁଅ ଚାଲିଯିବା ପରେ ତାର ବିବାହ ପାଇଁ ମଧ୍ୟ ଚିନ୍ତା କରୁଥିଲୁ କିନ୍ତୁ ସେ ଆମ ପୁଅର ସବୁ ସ୍ମୃତିକୁ ବି ସାଙ୍ଗରେ ନେଇ ବାପାଘର ଚାଲିଯାଇଛି। ଏପରିକି ତାଙ୍କ ବୋହୂ ମଧ୍ୟ ତାଙ୍କ ପୁଅର ସରକାରୀ ଦଲିଲରେ ତାଲିକାଭୁକ୍ତ ସ୍ଥାୟୀ ଠିକଣାକୁ ମଧ୍ଯ ଲକ୍ଷ୍ନୌରୁ ଗୁରୁଦାସପୁର କରି ଦେଇଛନ୍ତି, ଯେପରି ତାଙ୍କ ପୁଅର ସମସ୍ତ ସୂଚନା ଏବଂ ସୁବିଧା ସେଠାରେ ପହଞ୍ଚିବ |
ସୂଚନା ଯୋଗ୍ୟ ଜୁଲାଇ ୧୯, ୨୦୨୩ରେ ସିଆଚୀନ ଆର୍ମି ଶିବିରରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟରେ ସାଥୀ ଯବାନମାନଙ୍କୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ ଶହୀଦ ଅଂଶୁମାନ। ଏଥିପାଇଁ ଭାରତ ସରକାର ଶହୀଦ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ନିକଟରେ କିର୍ତ୍ତୀ ଚକ୍ର(ମରଣୋତ୍ତର) ସମ୍ମାନରେ ସମ୍ମାନିତ କରିଥିଲେ । ଏହି ସମ୍ମାନ ତାଙ୍କ ପତ୍ନୀ ଓ ମାଆଙ୍କୁ ପ୍ରଦାନ କରାଯାଇଥିଲା କିନ୍ତୁ ବୋହୂ ସେ ସମ୍ମାନକୁ ନେଇ ଏବେ ଚାଲି ଯାଇଥିବା ଶହୀଦଙ୍କ ପିତାମାତା ଅଭିଯୋଗ କରିଛନ୍ତି। ଏଥିସହ ସେ ସରକାରଙ୍କ ଠାରୁ ଦାବି କରୁଛନ୍ତି ଯେ NOK (Next of Kin) ର ନିୟମ ପରିବର୍ତ୍ତନ କରାଯାଉ। ଯେଉଁଥିରେ କିଛି ଆର୍ଥିକ ସହାୟତା ମିଳିପାରିବ।