୨୦୦୪ ଫେବୃଆରୀ ୪ ତାରିଖରେ ହାଭାର୍ଡ ବିଶ୍ବବିଦ୍ୟାଳୟର ଦଳେ ଛାତ୍ର ସାମାଜିକ ଗଣମାଧ୍ୟମ ‘ଫେସବୁକ୍’ ଆରମ୍ଭ କରିଥିଲେ । ଫେସବୁକ ବର୍ତ୍ତମାନ 20 ବର୍ଷ ବୟସ ହୋଇଛି । ଯାହାର ଲୋକପ୍ରିୟତା ଆଜି ଅନ୍ତିମ ସୀମାରେ ପହଞ୍ଚିଛି । ଆଜି ଫେସ୍ବୁକ୍ ବିଶ୍ବବ୍ୟାପୀ ଆଦୃତ ହୋଇ ବୃହତ୍ତମ ସାମାଜିକ ଗଣମାଧ୍ୟମ ମଞ୍ଚର ମାନ୍ୟତା ଲାଭ କରିଛି । ଏହି ଖୁସିକୁ ବ୍ୟକ୍ତ କରି ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ସେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘୨୦ ବର୍ଷ ଅତିକ୍ରାନ୍ତ, ତଥାପି ସେମିତି କାମ କରୁଛି’।
ତାଙ୍କ ପତ୍ନୀ ପ୍ରିସିଲା ଚାନ୍ ଫେସ୍ବୁକ୍ ପ୍ରତିଷ୍ଠା ସମୟକୁ ମନେ ପକାଇ ସବୁ କାଲି ପରି ଲାଗୁଛି । ସମ୍ପ୍ରତି ଫେସ୍ବୁକ୍ର ଏତେ ଉପାଦେୟତା ସତ୍ତ୍ବେ ବ୍ୟବହାରକାରୀଙ୍କ ପାଇଁ ଆହୁରି ବହୁତ କିଛି ଆସିବାକୁ ବାକି ରହିଛି । ୨୦୦୪ ମସିହାରେ ଆରମ୍ଭ ବେଳେ ଫେସବୁକ୍କୁ ମାତ୍ର ୪୦୦ରୁ ୫୦୦ ଲୋକ ଆସିବେ ବୋଲି ସେ ଆଶା କରିଥିଲେ, ମାତ୍ର କେଇ ମାସ ଭିତରେ ସେହି ସଂଖ୍ୟା ଲକ୍ଷେ ଟପିଯାଇଥିଲା। ଯାହା ତାଙ୍କ ପାଇଁ ଏକ ବଡ ସଫଳତା ଥିଲା ।